କଳାହାଣ୍ଡି / ଜନକ ପୋଡ଼ : ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ । କଳାହାଣ୍ଡି ଜିଲ୍ଲା କାର୍ଲପଡା ଫାଣ୍ଡି ଅଧିନସ୍ଥ ଅଧମୁଣ୍ଡା ଗାଁ ରାମଖମ ଡୁଙ୍ଗରି ପାଖେ ଏକ ମର୍ମାନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି ।
ସୂଚନା ଅନୁଯାୟୀ, ମାଡିଙ୍ଗ ପଟୁ ଏକ ଟ୍ରକର ଗାଡି (ନମ୍ବର C G 04NT 5572) ପାଶ୍ଟିକୁଡ଼ି ଅଭିମୁଖେ ଯାଉଥିବାବେଳେ ଅଧମୁଣ୍ଡା ଗ୍ରାମ ନିକଟସ୍ଥ ରାମଖମ ଡୁଙ୍ଗରି ନିକଟରେ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା । ଉକ୍ତ ଟ୍ରକର ଚାଳକଙ୍କ ବେପରୁଆ ଓ ଦ୍ରୁତ ଗତିରେ ଗାଡଇ ଚଳାଇବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ମୋଟର ସାଇକେଲ ଚାଲକ ଜଣଙ୍କ ମେଦିନୀପୁର ନିବାସୀ ବୃନ୍ଦା ଶବର ଓ ପିତା ସହଦେବ ଶବର ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଥିବାବେଳେ ସ୍ଥାନୀୟ ଜନସାଧାରଣଙ୍କ ଉତେଜନା ଦେଖିବାକୁ ମିଳିଛି । ତେବେ ଖବର ପାଇଁ ମର୍ଲାପଡା ଫାଣ୍ଡି ବାବୁ ଅସିତ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଭବାନୀପାଟଣା ସଦର ଥାନା ଏସଆଇ ଟୁନା ସେଠି ପହଞ୍ଚି ଶବ ବ୍ୟବଛେଦପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି ।