ଝାରସୁଗୁଡା: ଝାରସୁଗୁଡା ଲଖନପୁର ବ୍ଲକରେ ଜନଶୁଣାଣିକୁ ବିରୋଧ । ଜୁନିଏନ ଖେଳପଡିଆରେ ରାମକି କମ୍ପାନୀ କୁ ବିରୋଧ କରିଛନ୍ତି ଗ୍ରାମବାସୀ । ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଓ ନିଷ୍କାସନ ପ୍ରକଳ୍ପକୁ ଅଂଚଳ ବାସୀଙ୍କ ବିରୋଧ ଥିବା ସୂଚନା ଥିବା ବେଳେ ଜନ ଶୁଣାଣି ପାଇଁ ଆସିଥିବା କଂପାନୀ କର୍ମଚାରୀଙ୍କୁ ପିଟିଲେ ଲୋକେ ।୬୪ ଏକର ଜମିରେ ହେବାକୁ ଥିବା ପ୍ରକଳ୍ପ ପାଇଁ ଚାଲିଥିଲା ଜନଶୁଣାଣି । ମାରପିଟ , ଗଣ୍ଡଗୋଳ ପରେ ଶୁଣାଣି ବାତିଲ ହେବାପରେ ଏଡିଏମ ଫେରିଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଜନଶୁଣାଣି ସ୍ଥଗିତ ହୋଇଛି ।ଲଖନପୁର ବ୍ଲକର ୩୩ଟି ପଂଚାୟତର ଲୋକେ ଏକାଠି ହୋଇ କମ୍ପାନୀ ଜନଶୁଣାଣିକୁ ବିରୋଧ କରିଛନ୍ତିି । ପୂର୍ବରୁ ଅଗଷ୍ଟ ୨୭ ତାରିଖ ୨୦୨୧ ରେ ଜନ ଶୁଣାଣି ଆୟୋଜନ ହୋଇଥିବା ବେଳେ ଅଂଚଳବାସୀଙ୍କ ବିରୋଧ ଯୋଗୁଁ ସ୍ଥଗିତ ରଖିଥିଲା ପ୍ରଶାସନ ।