ସୁରକ୍ଷା ଓ ନିରାପତା ପାଇଁ କମିଶନରେଟ ପୋଲିସ ଙ୍କୁ ପ୍ରଶଂସା କଲେ ୧୦ ଟି ଦେଶ

(ଆଦର୍ଶ ରାଉତ ): ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱକପ ରେ ଖେଳାଳୀଙ୍କ ସୁରକ୍ଷା ଓ ନିରାପତ୍ତା ରକ୍ଷା କରିବା ପାଇର୍ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସେହି ସମସ୍ତ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ଖେଳାଳୀ ଏବଂ ଟିମ୍ ର ମ୍ୟାନଜର ମ।।ନେ । ପୁର୍ବ ନିର୍ଦ୍ଦାରିତ କାର୍ଯ୍ୟସୁଚୀ ଅନୁସାରେ ଖେଲାଳୀ ଭୁବନେଶ୍ୱରରେ ବିମାନବନ୍ଦରରେ ପହଂଚିବା ଠାରୁ ଆରମ୍ଭ କରିି ହୋଟେଲରେ ରହିବା ଏବଂ ପ୍ରତିିିଦିନ ଷ୍ଟାଡ଼ିୟମ୍ କୁ ଆସିବା ଦିଗରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇଦିଆଯାଇଥିଲା । ପୋଲିସ ପକ୍ଷରୁ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଟିମ୍ ମ୍ୟାନେଜରଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ହକି ବିଶ୍ୱକପ୍ କୁ ଦୃଷ୍ଟୀରେ ରଖି କମିଶନରେଟ ପୋଲିସ ପକ୍ଷରୁ ଯେଉଁ ସବୁ ବ୍ୟାପକ ସୁରକ୍ଷା ଓ ନିରାପର୍ତ୍ତ ବ୍ୟବସ୍ଥା କରାଯାଇଥିଲା ସେ ସମ୍ପର୍କରେ ହକି ବିଶ୍ୱକପରେ ଭାଗନେଇଥିବା ୧୬ ଟି ଦେଶର ମ୍ୟାନେଜରଙ୍କ ମତାମତା ଲୋଡ଼ିଥିଲେ କମିଶନରେଟ ପୋଲିସ । ଯେଉଁଥିରେ ୧୦ ଟି ଦେଶ ନିଜର ମତାମତରେ ପୋଲିସ ପକ୍ଷରୁ ନିଆଯାଇଥିବା ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି ।