ଆଇସିଆଇସିଆଇ ବ୍ୟାଙ୍କ – ଜମା ସୁଧ ହାର ୦.୨୫% ବୃଦ୍ଧିକଲା

(ରିପୋର୍ଟସ ଟୁଡ଼େ): ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ୧ କୋଟି ଟଙ୍କାରୁ କମ୍‌ ମୂଲ୍ୟର ମିଆଦୀ ଜମା ଉପରେ ସୁଧ ହାରରେ ୦.୨୫% ପର୍ୟ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ନଭେମ୍ବର ୧୫, ୨୦୧୮ରୁ ଲାଗୁ କରାଯାଇଛି। ସମସ୍ତ ପ୍ରକାର ସ୍ଥାନୀୟ ମିଆଦୀ ଜମା ଉପରେ ଏହା ଲାଗୁ ହେବ। ଜମାର ଅବଧି ଯାହା ବି ହୋଇଥାଉ ନା କାହିିଁକି ଏହି ଦର ଲାଗୁ କରାଯିବ। ଏହା ନନ୍‌ ରେସିଡେଣ୍ଟ ଅଡନାରି (ଏନଆରଓ) ଓ ନନ୍‌ ରେସିଡେଂଟ୍‌ ଏକ୍ସଟରନାଲ୍‌ (ଏନ୍‌ଆରଇ) ମିଆଦୀ ଜମା ଉପରେ ମଧ୍ୟ ଲାଗୁ କରାଯିବ। ଏହା ସହିତ ଦୁଇ ବର୍ଷରୁ ଅଧିକ ଓ ତିନି ବର୍ଷରୁ କମ୍‌ ମିଆଦୀ ଜମା ଉପରେ ବ୍ୟାଙ୍କ ପକ୍ଷରୁ ୭.୫୦%ର ପିକ୍‌ ସୁଧ ପ୍ରଦାନ କରାଯାଉଛି। ବ୍ୟାଙ୍କ ଶିଳ୍ପରେ ପ୍ରଦାନ କରାଯାଉଥିବା ଯେକୌଣସି ବ୍ୟାଙ୍କର ସୁଧ ତୁଳନାରେ ଏହା ଅଧିକ।

ପ୍ରଣବ ମିଶ୍ର, ବରିଷ୍ଠ ମହାପ୍ରବନ୍ଧକ ଓ ମୁଖ୍ୟ-ରିଟେଲ୍‌ ଲାଏବିଲିଟିଜ୍‌ ଗ୍ରୁପ୍‌ କହିଛନ୍ତି ଯେ, ‘ଆର୍ଥିକ ବଜାରରେ ଲାଗି ରହିଥିବା ଅସ୍ଥିରତା ସହିତ ଆମେ ଆମର ଆକର୍ଷଣୀୟ ସୁଧ ହାର, ଲିକ୍ୱିଡିଟି ଓ ନିଶ୍ଚିତ ରିଟର୍ଣ୍ଣର ମିଶ୍ରଣ ଜରିଆରେ ମିଆଦୀ ଜମାରେ ନିବେଶ କରିବା ପାଇଁ ଗ୍ରାହକଙ୍କ ଆଗ୍ରହକୁ ପୁଣି ଜାଗ୍ରତ କରିଛୁ। ୨-୩ ବର୍ଷିଆ ଅବଧି ଗ୍ରାହକମାନଙ୍କୁ ୭.୫୦% (ବରିଷ୍ଠ ନାଗରିକଙ୍କୁ ବାର୍ଷିକ ୮.୦୦% ସୁଧ) ଭଳି ଉଚ୍ଚ ସୁଧ ହାରରେ ନିବେଶ କରିବା ସୁବିଧା ପ୍ରଦାନ କରୁଛୁ। ଆମର ସୁଦୃଢ଼ ସଂପତି ଆବଂଟନ ରଣନୀତିକୁ ନେଇ, ଆମେ ଭାବୁଛୁ ଯେ ଗ୍ରାହକମାନେ ନିଶ୍ଚିତ ରୂପେ ଏହି ସୁଯୋଗର ଲାଭ ଉଠାଇବେ।’’