(ରିପୋର୍ଟସ ଟୁଡ଼େ) ଆମେ ଦୈନଦିନ ଜୀବନରେ ବିଭିନ୍ନ ପ୍ରକାର ପନିପରିବା ଖାଇଥାଇ । ଏସବୁ ପନିପରିବା ମଧ୍ୟରେ ଆଳୁ ଏକ ନିତିଦିନିଆ ବ୍ୟବହୃତ ପରିବା । ବିନା ଆଲୁରେ ରୋଷେଇ ସ୍ୱାଦହୀନ ଲାଗିଥାଏ । ତେବେ ଆଳୁ ର ଚୋପା ଶରୀର ପାଇଁ ଉପକାରୀ । ଆଳୁର ଚୋପା ଶରୀରରେ କୋଲେଷ୍ଟ୍ରଲର ସ୍ତରକୁ ହ୍ରାସ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।
ଆଳୁ ଅପେକ୍ଷା ଏହାର ଚୋପାରେ ଅଧିକ ଫାଇବର ରହିଛି । ଏଥିପାଇଁ ଆପଣ ଯଦି ଆଳୁ ଖାଉଛନ୍ତି , ତେବେ ଏହାକୁ ସିଝାଇ କିମ୍ବା ପୋଡ଼ି ଖାଇବା ଉଚିତ ।
ଆମେରିକା ହାର୍ଟ ଆସୋସିଏସନ୍ ରିସର୍ଚ୍ଚ ଅନୁସାରେ , ଅଧିକ ଫାଇବର ଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରୋ କୋଲେଷ୍ଟ୍ରର କମ ହୋଇଥାଏ ।
ଗୋଟିଏ ଆଳୁରେ ୫ ଗ୍ରାମ ଫାଇବର ଥିବା ବେଳେ କିନ୍ତୁ ଏହାର ଚୋପାରେ ଏହାଠାରୁ ଅଧିକ ଫାଇବର ରହିଥାଏ । ଆପଣ ଯଦି ଆଳୁର ଚୋପା ଛଡ଼ାଇ ଖାଉଛନ୍ତି, ତେବେ ଅଧିକା ଫାଇବର ଯୁକ୍ତ ଖାଦ୍ୟ ହାତଛଡ଼ା କରୁଛନ୍ତି ।
ଆଳୁରେ ପ୍ରଚୁର ମାତ୍ରାରେ ପୋଟାସିୟମ ଥାଏ,ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ । ଏହା ଶରୀରକୁ ମଜବୁତ କରିବା ସହ ଶକ୍ତି ଯୋଗାଇ ଥାଏ । ଆଳୁ ଚୋପାରେ ପ୍ରଚୁର ପରିମାଣର ଭିଟାମିନ-ବି ମଧ୍ୟ ରହିଛି । ଏଥିରେ ଥିବା ଫାଇବର ଶରୀରର ହଜମ ଶକ୍ତି ବଢାଏ