୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ଲମତାପୁଟ ପୋଲିସ, ଜଣେ ଗିରଫ

୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଦୁର୍ଲା ଗାଁରୁ

(କୋରାପୁଟ) : ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଦୁର୍ଲା ଗାଁରୁ କୋଲାବ ଜଳଭଣ୍ଡାର ପାର କରି ଗଞ୍ଜେଇ ଚାଲାଣ ବେଳେ ଲମତାପୁଟ ପୋଲିସ ଜବତ କରିଛି । ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଏଥିସହ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଫେରାର ହୋଇଯାଇଛନ୍ତି ।

ସୂଚନାନୁଯାୟୀ , କୋରାପୁଟ ଏସପିଙ୍କ ନିଦେ୍ର୍ଦଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନିର୍ଦେଶରେ ଲମତାପୁଟ ପୋଲିସ ପୂର୍ବରୁ ଶଙ୍ଖେଇ ଛକ ନିକଟରେ ନାକାବନ୍ଦୀ କରିଥିଲେ । ସିନ୍ଧୀପୁଟ ଡଙ୍ଗା ଘାଟରୁ ଦ୍ରୁତ ଗତିରେ ଆସୁଥିବା ଅଟୋକୁ ଅଟକାଇଥିଲେ । ଏହି ସମୟରେ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ରାସ୍ତାରେ ୨ ଜଣ ଫେରାର ହୋଇ ଯାଇଥିଲେ । ଅଟୋ ମାଲିକଙ୍କୁ ପୋଲିସ ଧରିଥିଲା । ଅଟୋରେ ୭ ବସ୍ତାରେ ପ୍ରାୟ ୨ କୁଇଣ୍ଟାଲ ଗଞ୍ଚେଇ ରହିଥିଲା । ପୋଲିସ ଏହାକୁ ଜବତ କରିଥିଲା । ପ୍ରାୟ ୨ ଲକ୍ଷ ଟଙ୍କାର ଗଞ୍ଜେଇ ବୋଲି ଅନୁମାନ କରାଯାଉଛି ।