(ରିପୋର୍ଟସ ଟୁଡେ) ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆଜିର ଦିନଟି ଥିଲା ଗୁରୁତ୍ୱ ପୂର୍ଣ୍ଣ । ଆଜି ଅନୁଷ୍ଠିତ ପ୍ଳେନାରୀ ସେସନରେ ଦେଶର ୨୫ ଜଣ ବଡ଼ ଶିଳ୍ପପତି ଯୋଗ ଦେଇଛନ୍ତି । ରିଲାଏନ୍ସ ଗ୍ରୁପ ରାଜ୍ୟରେ ଅଧିକ ୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛି । ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ତାଙ୍କ ବାପା ଧୀରୁଭାଇ ଅମ୍ବାନି ଓ ବିଜୁ ପଟ୍ଟନାୟକ ଦୁଇ ବନ୍ଧୁ ଥିଲେ । ରିଲାଏନ୍ସ ଜିଓ ଜରିଆରେ ରିଲାଏନସ ଓଡିଶାର ପୁଞ୍ଜିନିବେଶ କରିଛି । ପୂର୍ବରୁ ରାଜ୍ୟରେ ୬ ହଜାର କୋଟିର ପୁଞ୍ଜିନିବେଶ କରିସାରିଛି । ଡିଜିଟାଲ ଭିତିଭୂମିରେ ବି ପୁଞ୍ଜିନିବେଶ ହେବ ।
ସେହିଭଳି ମେକ୍ ଇନ୍ ଓଡିଶା କନକ୍ଲେଭରେ ପ୍ରଥମ ପୁଞ୍ଜିନିବେଶ ଘୋଷଣା କରିଛି ଆଦିତ୍ୟ ବିର୍ଲା ଗ୍ରୁପ । ଆଦିତ୍ୟ ବିର୍ଲା ଗ୍ରୁପ ରାଜ୍ୟରେ ଆଗାମୀ ୨ ବର୍ଷରେ ୨ ବିଲିୟନ ଡଲାର ପୁଞ୍ଜିନିବେଶ କରିବ । ଭୁବନେଶ୍ୱରରେ ମେକ୍ଇନ ଓଡିଶା କନକ୍ଲେଭର ପ୍ଲେନାରୀ ସେସନ ଯୋଗଦେଇ ଏହି ବଡ ପୁଞ୍ଜିନିବେଶ କଥା ଘୋଷଣା କରିଛନ୍ତି ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା । କୁମାର ମଙ୍ଗଳମ କହିଛନ୍ତି, ଓଡିଶା ସହିତ ତାଙ୍କର ସମ୍ପର୍କ ପୁରୁଣା । ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର କଳାକୃତିକୁ ବି ସେ ପ୍ରଂଶସା କରିଛନ୍ତି । ଏଥିରେ ରିଲାଏନ୍ସ ଇଣ୍ଡିଷ୍ଟ୍ରିଜର ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମେତ ଦେଶର ୨୫ଜଣ ବଡ ବଡ ଶିଳ୍ପପତି ଯୋଗଦେଇଛନ୍ତି । ସମ୍ମିଳନୀରେ ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜେଏସଡବ୍ଲ୍ୟୁ ଷ୍ଟିଲର ମୁଖ୍ୟ ସଜ୍ଜନ ଜିନ୍ଦଲ, ଟାଟା ସନ୍ସର ଅଧକ୍ଷ ଏନ. ଚନ୍ଦ୍ରଶେଖରନ ପ୍ରମୁଖ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ବି ଉପସ୍ଥିତ ଅଛନ୍ତି ।
ମେକ୍ ଇନ ଓଡ଼ିଶା କନକ୍ଲେଭରେ ସାମିଲ ହୋଇଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ । ଲିଡରସିପ ମିଟରେ ଯୋଗ ଦେଇ ଶିଳ୍ପ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିନ୍ଦଲ । ଏହାସହ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଆଗେଇ ଚାଲିଥିବା ବେଳେ ସେ ରାଜ୍ୟରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବେ ବୋଲି କହିଛନ୍ତି । ସେହିପରି ୨୦୩୦ ସୁଦ୍ଧା ଶହେ ମିଲିୟନ ଟନର ଷ୍ଟିଲ ପ୍ଲାଂଟ ପ୍ରତିଷ୍ଠା ହେବ ଏବଂ ଏହାଦ୍ୱାରା ୧ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦେଇଛନ୍ତି ଜିନ୍ଦଲ ।