(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ସହର ଟାଉନ ହଲଠାରେ ଜିଲ୍ଲା କଂଗ୍ରେସ କିମିଟ ତରଫରୁୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ନବ ନିଯୁକ୍ତି ଛାତ୍ର କଂଗ୍ରେସ ଯୁବନେତା ସୁଧୀର ପଣ୍ଡାଙ୍କୁ ସଭାପତି ଭାବେ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ପୁବତନ ବିଧାୟକ ବିନୋଦ ପାତ୍ର, ବରିଷ୍ଠ ନେତା ସବେଶ୍ୱର ପୁରୋହିତ ଓ ପିପିସି ସପାଦକ ଜିତେନ୍ଦ୍ର ପଟ୍ଟନାୟକ ଯୋଗଦେଇ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ ବୋଲି ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।