ରିଲିଜ ହେଲା ଫିଲ୍ମ କେଦାରନାଥର ପ୍ରଥମ ପୋଷ୍ଟର

(ରିପୋର୍ଟସ ଟୁଡ଼େ): ସୁଶାନ୍ତ ସିଂହ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ କେଦାରନାଥର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଅଭିଷେକ କପୁରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ଡ଼ିସେମ୍ବର ୭ରେ ରିଲିଜ୍ ହେବାକୁ ଯାଉଛି । ତେବେ ପୂର୍ବରୁ ଏହି ଫିଲ୍ମର ରିଲିଜ୍ ତାରିଖ ନଭେମ୍ବର ୩୦ ରଖାଯାଥିଲା କିନ୍ତୁ ଏବେ ଡ଼ିସେମ୍ବର ମାସରେ ରିଲିଜ୍ ହେବ ବୋଲି ସୂଚନା ମିଳିଛି ।
ଏହି ପୋଷ୍ଟରରେ ପିଟ୍ଟୁର ଭୂମିକାରେ ସୁଶାନ୍ତ ଅଛନ୍ତି । ସେ ନିଜ ପିଠିରେ ସାରା ଅଲ୍ଲୀ ଖାନଙ୍କୁ ବୋହି ନେବାର ଫଟୋ ଦେଖିବାକୁ ମିଳିଛି । ଏହି ଫିଲ୍ମର ଟ୍ରେଲର ମଧ୍ୟ ଆଜି ରିଲିଜ ହେବାକୁ ଯାଉଛି । କେଦାରନାଥ ଏକ ଲଭଷ୍ଟୋରୀ ଯାହାକି ଉତରାଖଣ୍ଡରେ ହୋଇଥିବା ବନ୍ୟାକୁ ନେଇ ଅଭିନୀତ । ଏହି ଫିଲ୍ମରେ ରନୀ ସ୍କ୍ରବାଲ ଏବଂ ପ୍ରଜ୍ଞା କପୁର ପ୍ରଡ୍ୟୁସ୍ କରୁଛନ୍ତି । ଫିଲ୍ମର ଶୁଟିଙ୍ଗ ଉତରାଖଣ୍ଡରେ ହୋଇଛି ।
ସୂଚନାନୁଯାୟୀ, ଏହି ଫିଲ୍ମ ଶୁଟିଙ୍ଗ ମଧ୍ୟରେ କିଛି ବିବାଦ ହୋଇଥିଲା ଯାହାଫଳରେ କିଛି ଦିନ ପାଇଁ ଫିଲ୍ମ ଶୁଟିଙ୍ଗ ସ୍ଥଗିତ ରଖା ଯାଇଥିଲା । ସେଥିପାଇଁ ସାରା ରୋହିତ ସେଠୀଙ୍କ ଫିଲ୍ମ ସିମ୍ବା ଦସ୍ତଖତ କରି ସାରିଥିଲେ । ତେବେ ସିମ୍ବା ଏହି ବର୍ଷ ଡିସେମ୍ବର ୨୮ରେ ରିଲିଜ ହେବାକୁ ଯାଉଛି ।