ଇବ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ

ସୁନ୍ଦରଗଡ଼: ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ 3 ଜଣ । ଝାରସୁଗୁଡାରୁ ଭୋଜି କରିବାକୁ ଆସିଥିବା ବେଳେ ଅଘଟଣ। ସୁନ୍ଦରଗଡ଼ ଜିଲ୍ଲା କନାକୁଣ୍ଡା ଇବ୍‌ ନଦୀରେ ଘଟିଛି ଏହି ଅଘଟଣ । ମିଳିଥିବା ସୂଚନା ମୁତାବକ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ମଧ୍ୟ 2 ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିଖୋଜ ଦୁଇଜଣ ଝାରସୁଗୁଡ଼ା ଅଞ୍ଚଳର ବୋଲି ସୂଚନା ରହିଛି । ନିଖୋଜ ଯୁବକ ଦ୍ବୟ ହେଲେ ଚନ୍ଦନ ମେହେର ଓ ମୁକେଶ ମେହେର।