ରାଜ୍ୟରେ ଆଉ ୩ କୋରୋନା ଆକ୍ରାନ୍ତ ଚିହ୍ନଟ,୧୨୫ ରେ ପହଞ୍ଚିଲା ସଂଖ୍ୟା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୩ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି ୩ କୋରୋନା ଆକ୍ରାନ୍ତ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆକ୍ରାନ୍ତଙ୍କୁ ମିଶାଣ ରାଜ୍ୟରେ ୧୨୫ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ୩ଜଣ ଆକ୍ରାନ୍ତ ପୁରଷ ହୋଇଥିବା ବେଳେ ସେମାନଙ୍କ ବୟଷ ୪୪, ୬୧, ୬୩ ରହିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗୋରୁ ଫେରିଥିବା କୁହାଯାଇଛି । ତେବେ ଏହି ୩ ଆକ୍ରାନ୍ତଙ୍କ ର କୌଣସି ଲକ୍ଷଣ ଦେଖାଯାଉ ନ ଥିଲା । ଏମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ଏହାକୁ ମିଶାଇ ବାଲେଶ୍ୱର ଜିଲ୍ଲାରେ କେବଳ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୨୫ ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୮୬ ଜଣ ଆକ୍ରାନ୍ତ ଏବେବି ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ।