ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

(ପ୍ରଶାନ୍ତ କୁମାର ସ୍ୱାଇଁ): ଓଡିଶା ରାଜନିତୀ ତଥା କଂଗ୍ରେସ ଦଳର ଟାଣୁଆ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ୨ୟ ଶ୍ରାଦ୍ଧବାର୍ଷିକୀ ଉତ୍ସବକୁ ସମସ୍ତ ରାଜନୈତିକ ଦଳର ନେତାମାନେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଥିବା ବେଳେ ପାରାଦୀପ ଉପକଣ୍ଠ ଉଦୟବଟ ଧାମ୍ ନିକଟରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ମଧ୍ୟ ସ୍ୱର୍ଗତ ଲୁଲୁ ମହାପାତ୍ରୁଙ୍କ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳନ କରାଯାଇଛି । ତେବେ ସମାଜ ସେବୀ ଅମୀୟ ଦାସଙ୍କ ତତ୍ୱାବଧାନରେ ପ୍ରାୟ ଶତାଧିିକ ଗରିବ ଓ ଦୁଃଖି ଦରିଦ୍ର ଲୋକମାନଙ୍କୁ ପ୍ରସାଦ ସେବନ କରିବା ସହ ଲୁଲୁ ବାବୁଙ୍କ ଆତ୍ମାର ସଦଗଦି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପାର୍ଥନା କରିଥିଲେ ।