(ରିପୋର୍ଟସ ଟୁଡ଼େ) ୧୨ ନଭେମ୍ବର ୧୯୯୩ରେ ରିଲିଜ ହୋଇଥିଲା ବାଜିଗର । ସୁପରହିଟ ଫିଲ୍ମ ବାଜିଗର ରିଲିଜ କୁ ପୂରିଛି ୨୫ ବର୍ଷ । ଏହି ଅବସରରେ ସୋସିଆଲ ମିଡ଼ିଆରେ ଶାହରୁ୍ଖ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବାଜିଗରର ଲୋକପ୍ରିୟ ଡ଼ାଇଲଗ କହୁଛନ୍ତି । ଭିଡ଼ିଓ ସେୟାର କରି ଶାହରୁଖ ଫିଲ୍ମର ପୂରା ୟୂନିଟକୁ ଧନ୍ୟବାଦ ଦେଇଥିଲୋ
ଏହି ଫିଲ୍ମରୁ ଶିଲ୍ପା ବଲିଉଡ଼ରେ ଡ଼େବ୍ୟୁ କରିଥିଲେ । ବାଜିଗରର ନିର୍ଦ୍ଦେଶନା ଦେଇଥିଲେ ଆଦ୍ଦାସ ମସ୍ତାନା । ଏହି ରେମାଣ୍ଟିକ ଥ୍ରୀଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଶାହରୁଖ,କାଜୋଲ ଓ ଶିଳ୍ପା ସେଟ୍ଟୀ । ଫିଲ୍ମରେ ଣାହରୁଖଙ୍କୁ ନେଗେଟିଭ କ୍ୟାରେକ୍ଟରରେ ଦେଖିବାକୁ ମିଳିଥିଲା ।ଗୀତଗୁଡିକ ଲୋକପ୍ରିୟ ହେବା ସହ ଫିଲ୍ମ ହୋଇଥିଲା ସୁପରହିଟ୍।