ରାଜ୍ୟରେ ଆଉ ୩ ପଜେଟିଭ ଚିହ୍ନଟ,ଗଞ୍ଜାମକୁ ଛୁଇଁଲା କୋରୋନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୩ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ୧୬୦ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଏହି ୩ ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ଝାରସୁଗଜୁଡା ଜିଲ୍ଲାର ହୋଇଥିବା ସୂଚନା । ଏହି ତିନି ଆକ୍ରାନ୍ତ ବାହାର ରାଜ୍ୟରୁ ଫେରିଥିଲେ । ଗଞ୍ଜାମ ଆକ୍ରାନ୍ତ ୨ ଜଣଙ୍କ ବୟଷ ୧୭ ଓ ୨୨ । ସେ ଗୁଜୁରାଟରୁ ଫେରି କ୍ୱାରେଣ୍ଟାଇନରେ ରହିଥିବା ସୂଚନା । ତେବେ ସେମାନଙ୍କଠାରେ କୋରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଉ ନ ଥିଲା । ସ୍ୱାବ ଟେଷ୍ଟ ହେବା ପରେ ପଜେଟିଭ ରିପୋର୍ଟ ଆସିଛି । ଯାହାକି ଏହି ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର ପ୍ରଥମ କୋରୋନା ଛୁଇଁଛି ।

ସେହିଭଳି ଝାରସୁଗୁଡା ଜିଲ୍ଲାର କୋରୋନା ଆକ୍ରାନ୍ତ ଜଣେ ୪୦ ବର୍ଷିୟ ମହିଳା । ତାଙ୍କର କଲିକତା ଲିଙ୍କ ରହିଛି । ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା । ଝାରସୁଗୁଡାରେ ଦ୍ୱିତୀୟ ପଜେଟିଭ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୧୬୦ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେମାନଙ୍କ ମଧ୍ୟରୁ ୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ୧୦୨ ଜଣ ଆକ୍ରାନ୍ତ ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।