(ରିପୋର୍ଟସ ଟୁଡ଼େ): ଆଗକୁ ଆସୁଛି ଦୀପାବଳି ଏଂ ଛଟ ପୂଜା । ଦୀପାବଳି ବଜାରକୁ ଦୃଷ୍ଟିରେ ରଖି ଆଦିତ୍ୟ ହୁଣ୍ଡାଇ ପକ୍ଷରୁ ଅଲ୍ ନିଉ ସାଣ୍ଟ୍ରାସ କୁ ଉନ୍ମୋଚନ କରାଯାଇଛି । ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ଼୍ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ୱାଇ କେ କୋ ଓ ଆଦିତ୍ୟ ହିଣ୍ଡାଇର ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର ଏହାକୁ ଉନ୍ମୋଚନ କରିଛନ୍ତି। ଭାରତୀୟ ପରିବାରର ଆବଶ୍ୟକତା ପାଇଁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ସାଣ୍ଟ୍ରାତ ସ୍ମାର୍ଟ ଅଟୋ ଏଏମ୍ଟି ଓ ସିଏନ୍ଜି ବିକଳ୍ପରେ ମଧ୍ୟ ଉପଲବ୍ଧ ହେଉଛି। ଏଥିରେ ରହିଛି ୪ ସିଲିଣ୍ଡର ବିଶିଷ୍ଟ ୧.୧ ଲିଟର ପେଟ୍ରୋଲ୍ ଇଞ୍ଜିନ। ଏହାର କ୍ୟାବିନ୍ ବେଶ ପ୍ରିମିୟମ୍ ହୋଇଥିବା ବେଳେ ଆରାମଦାୟକ ମଧ୍ୟ। ଏଥିରେ ଅନେକ ପ୍ରକାର ନୂତନ ପ୍ରଯୁକ୍ତି ଓ ନିରାପତ୍ତା ବୈଶିଷ୍ଟ୍ୟକୁ ବ୍ୟବହାର କରାଯାଇଛି। ଏହା ସାତଟି ରଙ୍ଗରେ ଉପଲବ୍ଧ ହେଉଛି। ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୩ ଲକ୍ଷ ୯୦ ହଜାର ଟଙ୍କାରୁ ୫ ଲକ୍ଷ ୪୬ ହଜାର ଟଙ୍କା ମଧ୍ୟରେ ରହିଛି।