(ଆଦର୍ଶ ରାଉତ): ବରିଷ୍ଠ ଆଇପିଏସ ତଥା କମିଶନରେଟ୍ ପୋଲିସର ପୂର୍ବ କମିଶନର ଯୋଗେଶ ବାହାଦୁର ଖୁରାନିଆଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି । ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ କେନ୍ଦ୍ର ସରକାର ଶ୍ରୀ ଖୁରାନିଆଙ୍କୁ ବିଏସଏଫ ଆଇଜି ଭାବେ ନିଯୁକ୍ତ କରିଛନ୍ତି ।
ଶ୍ରୀ ଖୁରାନିଆ ନିଯୁକ୍ତ ହେବାର ୫ ବର୍ଷ ପର୍ୟ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ । ଏହା ସହ ତାଙ୍କ ସ୍ଥାନରେ ଏଡିଜି ପ୍ରୋଭିଜନିଂ ଭାବେ ବିନୟତୋଷ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।