ଭୁବନେଶ୍ୱର ବରମୁଣ୍ଡାରେ ଭୁଶୁଡିଲା କାନ୍ଥ ୩ ଗୁରୁତର

(ଆଦର୍ଶ ରାଉତ) : ଭୁବନେଶ୍ୱର ବରମୁଣ୍ଡା ପାଇକନଗର ରେ ଅଘଟଣ ଘଟିଛି । ପାଇକନଗର ରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରି ରେ ଏଭଳି ଘଟଣା ଘଟିଛି । ଫ୍ୟାକ୍ଟ୍ରି ର କାନ୍ଥ ଭୁଶୁଡି ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି । ଆଉ କିଛି ଲୋକ ମଧ୍ୟ କାନ୍ଥ ତଳେ ଥିବା ନେଇ ଖବର ମିଳିବା ପରେ ଉଭୟ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଛାନଭିନ ଚାଲିଛି ।