( ଭୁବନେଶ୍ୱର): ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଦେହାନ୍ତ । ହୃଦଘାତରେ ଶିକାର ହୋଇ ଦୀର୍ଘ ଚାରିମାସ ହେବ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ସେ ପୂର୍ବରୁ ୨ ଥର ହୃଦଘାତରେ ଶିକାର ହୋଇଥିଲେ ।
ଦେବୁ ବୋଷଙ୍କର ଅଗଣିତ ଫ୍ୟାନ ଏପରି ଦୁଃଖଦ ଖବର ପାଇ ଚିନ୍ତିତ ହୋଇପଡ଼ିଛନ୍ତି । ତାଙ୍କ ମୃତ୍ୟୁରେ ସାରା ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ଶତାଧିକ ଓଡିଆ ଫିଲ୍ମରେ ଅଭିନୟ କରିଥିବା ଦେବୁ ତପସ୍ୟା ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ । ୧୯୪୨ ଡିସେମ୍ବର ୨ତାରିଖରେ ଦେବୁ ବୋଷଙ୍କର ଜନ୍ମ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।