ଦୁଇଭାଇଙ୍କ ଅର୍ଦ୍ଧପୋତା ଅବସ୍ଥାରେ ମୃତଦେହ ଉଦ୍ଧାର

( ସୁନିଲ କୁମାର ମହାନ୍ତି): ଦୁଇ ଭାଇଙ୍କ ଅର୍ଦ୍ଧ ପୋତା ଅବସ୍ଥାରେ ମୃତ ଉଦ୍ଧାର । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅନ୍ତର୍ଗତ ଠାକୁରଗଡ ଗ୍ରାମପଞ୍ଚାତ ରାଣୀବନ୍ଧଠାରେ ଦୁଇଭାଇ ଅର୍ଦ୍ଧପୋତା ମୃତଦେହ ଉଦ୍ଧାର କରାଯାଇଛି । ସୁଚନା ଅନୁଯାୟୀ, ହତାସିମିଳି ଗ୍ରାମର ସିପୁନ ନାଏକ ଏବଂ ଅମୁଲ୍ୟ ନାଏକ ଗତ ୨୩ ତରିଖ ଠାରୁ ନୀଖୋଜ ଥିଲେ । ଗତକାଲି ଗ୍ରାମବାସୀ ଖାଲପଡା ନାଳକୁ ଗାଧୋଇବାକୁ ଯାଇଥିବାବେଳେ ଦୁଇଟି ମୃତଦେହ ଅର୍ଦ୍ଧପୋତା ଅବସ୍ଥାରେ ଦେଖିଥିଲେ । ସ୍ଥାନୀୟଲୋକ ଠାକୁରଗଡ ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଠାକୁରଗଡ ଆଇଆଇସି ଗାଭାକ୍ଷ ନାୟକ , ଆଠମଲ୍ଲିକ ତହସିଲଦାର ବାସୁଦେବ ମହାପାତ୍ର ଏବଂ ଅନୁଗୁଳ ଆଡିସ୍ନାଲ ଏସପି ବିକେ ପ୍ରଧାନ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ ଅମୁଲ୍ୟ ନାଏକ ର ବାପା ଭୀମସେନ ନାଏକ ପାଖ ଜଙ୍ଗଲରେ ଶିକାର କରିବା ପାଇ ୧୧ଳ ବିଦୁତ୍ ତାର ବିଛାଇ ଥିଲେ ତାଙ୍କୁ ଖୋଜିବାକୁ ଆସି ତାଙ୍କ ପୁଅ ଅମୁଲ୍ୟ ନାଏକ ଏବଂ ପୁତୁରା ସିପୁନ ନାଏକ ବିଦୁତ୍ ସଂସ୍ପର୍ସ ରେ ଆସି ମୃତୁବରଣ କରିଥିଲେ ବୋଲି କିନ୍ତୁ ସିପୁନ ନାୟକ ବାପା ଏହାକୁ ଏକପ୍ରେମ ବ୍ୟାପାର ନେଇ ହତ୍ୟା କରାଯାଇଛି ବୋଲି ଠାକୁରଗଡ ଥାନାରେ ଅଭିଯୋଗ କରାଯାଇଛି । ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଜଣାପଡିଯିବ ।