ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ, ଜାତୀୟ ରାଜପଥ ଅବରୋଧ

(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମୁକ୍ତାପଶି ମେଡିକାଲ ଛକ ବଡଝରା ନିକଟରେ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ । ଏହି ଘଟଣାକୁ ପ୍ରତିବାଦ କରି ଉତ୍ୟକ୍ତ ଲୋକମାନେ ଜାତୀୟ ରାଜପଥ ୫୩ ନମ୍ବରକୁ ଅବରୋଧ କରିଛନ୍ତି ।

ସୂଚନାଅନୁଯାୟୀ, ଆଜି ସକାଳୁ ଏକ ସାଇକେଲରେ ଯୌତୁକପଶି ଗାଁର ଭୁଳେଶ୍ୱର ସାହୁ କାମାକ୍ଷାନଗର ଆଡକୁ ଆସୁଥିବା ବେଳେ କାମାକ୍ଷାନଗର ଆଡୁ ପରଜଙ୍ଗ ଆଡକୁ ଯାଉଥିବା ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ସାଇକେଲ ଆରୋହିଙ୍କର ମୃତ ହୋଇଥିବା ବେଳେ ଟ୍ରକଟି ବିଲ ମଝିକୁ ପଶିଯାଇଥିଲା । ଉତେଜିତ ଲୋକେ ଜାତୀୟ ରାଜପଥ ୫୩କୁ ଅବରୋଧ କରିଥିଲେ ଯାହାଫଳରେ ଅନୁଗୁଳ, ତାଳଚେର,କାମାକ୍ଷାନଗର ଓ ଯାଜପୁର ରାସ୍ତା ଅବରୋଧ ହୋଇ ରହିଥିଲା ।ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ପରେ ପୋଲିସ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା ।