ତୁକାରାମ ମୁଢ଼େଙ୍କ ବଡ଼ ଆକ୍ସନ: ବଡ଼ ନଖ ରଖିଲେ କାର୍ଯ୍ୟାନୁଷ୍ଠାନ…

ବଡ଼ ନଖ ରଖିଲେ ହେବ କାର୍ଯ୍ୟାନୁଷ୍ଠାନ। ସିଲ୍ ହୋଇପାରେ ହୋଟେଲ। IAS ତୁକାରାମ ମୁଢ଼େଙ୍କ ଆଉ ଏକ ନିୟମ ଏବେ ମହାରାଷ୍ଟ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି। IAS ତୁକାରାମ ମୁଢ଼େଙ୍କ ନିୟମରେ  ଡରରେ ଥରିଲେଣି ଛୋଟ ଦୋକାନୀଠାରୁ ବଡ଼ ରେଷ୍ଟୁରାଣ୍ଟର ମାଲିକ। କେତେବେଳେ କାହାର ପାଳି ପଡ଼ିବ ତାକୁ ନେଇ ଚିନ୍ତାରେ ବ୍ୟବସାୟୀ। ଡ୍ୟୁଟିରେ ରହିବା ପରଠୁ ହୋଟେଲ ବ୍ୟବସାୟୀଙ୍କ ନିଦ ହଜାଇ ଦେଇଛନ୍ତି ତୁକାରାମ ମୁଢ଼େ। ପନୀରଠାରୁ ଆରମ୍ଭ କରି ବିରିଆନୀ ଯାଏଁ, ଗୋଟିଏ ପରେ ଗୋଟିଏ ଖାଦ୍ୟ ରେଡ୍ ହେବାପରେ ଏବେ ପୁଣି ଖାଦ୍ୟର ଗୁଣବତ୍ତାକୁ ନେଇ ଲାଗୁ କରିଛନ୍ତି ନୂଆ ନିୟମ ।

 ମୁମ୍ବାଇର ଦୁଇଟି ଖାଦ୍ୟ ଦୋକାନ ବିରୋଧରେ ହୋଇଛି କଡ଼ା କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ମଧ୍ୟ ଏହି ଦୁଇଟି ସ୍ଥାନରେ ରେଡ୍ କରାଯାଇ ଖାଦ୍ୟର ଗୁଣବତ୍ତା ବଢାଇବା ପାଇଁ ନୋଟିସ୍ ଦିଆଯାଇଥିଲା । ଏବେ ରୋଷେଇ କରାଯାଉଥିବା ଜାଗାରେ ଅସରପା ଦେଖିବାକୁ ମିଳିଥିଲା । ଏଥିସହ ଖାଇବାରେ ପଚା ନଷ୍ଟ ହୋଇଥିବା ପନିପରିବା ବ୍ୟବହାର କରାଯାଉଥିଲା । ଅନେକଙ୍କ ହାତରେ ବଡ ବଡ଼ ନଖ ମଧ୍ୟ ଥିଲା । ଏକ୍ସପାରୀ ନଥିବା ଲସି ମଧ୍ୟ FDA ଅଧିକାରୀ ମାନେ ଜବତ କରିଥିଲେ । ଏସବୁ ପରେ ସେମାନଙ୍କ ଫୁଡ ଲାଇସେନ୍ସ ରଦ୍ଦ କରାଯାଇଥିଲା ।