ବଦଳି ତାଲିକାରେ ନିଜ ନାଁ ଦେଖି ରାଗିଗଲେ ମହିଳା ଆଇଏଏସ ଅଧିକାରୀ। ନୂଆ ନିଯୁକ୍ତିର ୫୦ ଦିନ ଭିତରେ ହୋଇଥିଲା ବଦଳି। ମହିଳା ଆଇଏଏସ୍ ଅଧିକାରୀଙ୍କ ନାଁ ନେହା ମାରବ୍ୟା ସିଂହ। ସେ ହେଲେ ୨୦୧୧ ବ୍ୟାଚ୍ର ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ନେହା ମାରବ୍ୟା ସିଂହ ।

ବଦଳି ନିର୍ଦ୍ଦେଶ ଆସିବା ପୂର୍ବରୁ ଆଇଏଏସ୍ ଅଫିସର ନେହା ମାରବ୍ୟା ସିଂହ ଅନୁସୂଚିତ ଜନଜାତି କ୍ଷେତ୍ରୀୟ ବିକାଶ ଯୋଜନା ବିଭାଗର ନିର୍ଦ୍ଦେଶକ ସହିତ ମଧ୍ୟ ପ୍ରଦେଶ ନିଯୁକ୍ତି ଓ ପ୍ରଶିକ୍ଷଣ ପରିଷଦର ପରିଚାଳନା ନିର୍ଦ୍ଦେଶକ, ମଧ୍ୟ ପ୍ରଦେଶ ଅନୁସୂଚିତ ଜନଜାତି ଆର୍ଥିକ ଓ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ଅନୁସୂଚିତ ଜନଜାତି ଗବେଷଣା ଏକାଧିକ ଦାୟିତ୍ୱରେ ଥିଲେ। କିନ୍ତୁ ନୂଆ ବଦଳି ନିର୍ଦ୍ଦେଶନାମା ଅନୁଯାୟୀ, ଏବେ କେବଳ ତାଙ୍କ ହାତରେ ମଧ୍ୟ ପ୍ରଦେଶ ଅନୁସୂଚିତ ଜନଜାତି ଆର୍ଥିକ ଓ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ରହିଛି।

ପୁଣି ଥରେ ବଦଳି ହେବା ପରେ ସୋସିଆଲ ମିଡିଆ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ପରିବର୍ତ୍ତେ ବିଭାଗ ନିୟନ୍ତ୍ରଣରେ ଥିବା କର୍ମଚାରୀମାନେ ତାଙ୍କ ବିରୋଧରେ ବିଦ୍ରୋହ କରିବାରୁ ତାଙ୍କୁ ବଦଳି କରାଯାଇଛି। ସେମାନେ ତାଙ୍କ ଟେବୁଲରେ ହାତ ବେଡ଼େଇ ତାଙ୍କୁ ବଦଳି କରି ଦେବେ ବୋଲି ଧମକ ଦେଇଥିଲେ। ଏହା ସହିତ ଆଇଏଏସ୍ ଅଫିସର ସଂଘ ଉପରେ ଅସନ୍ତୋଷ ଜାହିର କରିଛନ୍ତି ନେହା ମାରବ୍ୟା ସିଂହ। ସଂଘର ଦାୟିତ୍ୱ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।