ରାଜ୍ୟପାଳଙ୍କ ରାୟଗଡା ଜିଲ୍ଲା ଦିନିକିଆ ଗସ୍ତ

( ମନୋଜ କୁମାର ସାହୁ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିନିକିଆ ରାୟଗଡା ଗସ୍ତ । ରାଜ୍ୟପାଳ ଜିଲ୍ଲାର ପ୍ରଥମ ପଞ୍ଚାୟତ କୁଟୁଳି ରେ ପହଞ୍ଚି ସେଠାରେ ୧୦ ଜଣ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରୁ କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ହିମରପାଡି ଗାଁକୁ ଯାଇ ମନରେଗା ଯୋଜନାରେ ୧୦ ଏକର ଜମିରେ ରୋପଣ ହୋଇଥିବା କାଜୁ ଚାରା ବୁଲି ଦେଖିଥିଲେ । ଏବଂ ରାୟଗଡ଼ା ସହରର ଉପକଣ୍ଠରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ସଭାରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଭାରତର ଏକତା ଓ ଓଡିଶାର ସଂସ୍କୃତି ଉପରେ ଅତି ପ୍ରାଞ୍ଜଳ ଭାବେ ନିଜ ଭାଷଣ ପ୍ରସଙ୍ଗରେ ବୁଝାଇଥିଲେ ଓ ମିଶନ ଶକ୍ତି ଅନ୍ତର୍ଗତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରିଥିଲେ । ସେଠାରୁ କନ୍ଧ ମାଲିଗାଁରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଆଲୋଚନା କରିଥିଲେ । ରାଜ୍ୟପାଳଙ୍କ ଗସ୍ତରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆରଙ୍କ ପ୍ରତ୍ୟକ୍ଷ ତତ୍ଵାଵଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରଯାଇଥିଲା। ଉକ୍ତ କାର୍ୟ୍ୟକ୍ରମରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଉପସ୍ଥିତ ଥିଲେ ।