୨୪ ଘଣ୍ଟାରେ ପୁଣି ବର୍ଷା ୫ ଜିଲ୍ଲାକୁ ସତର୍କ ସୂଚନା

(ରିପୋର୍ଟରସଟୁଡେ): ପୂର୍ବାଞ୍ଚଳରେ ଥିବା ମୌସୁମୀ ଟ୍ରାଫଲାଇନ୍ଉତ୍ତର ତାମିଲନାଡୁ ଉପକୂଳରୁ ରାୟଲସୀମା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଓଡିଶା ପର୍ୟ୍ୟନ୍ତ ଲମ୍ବିଛି । ଏହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବା ସହିତ ଆଗାମୀ ଦୁଇଦିନ ବର୍ଷା ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ୩୦ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୫ଟି ଜିଲ୍ଳାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।