( ରିପୋର୍ଟସଟୁଡେ): ଓଲଟି ପଡିଲା ଆମ୍ବୁଲାନ୍ସ । ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡିପୁର ଛକ ନିକଟରେ ଓଲଟିଲା ଆମ୍ବୁଲାନ୍ସ ।
ସୂଚନାଅନୁଯାୟୀ , ଆମ୍ବୁଲାନ୍ସଟି ଟ୍ରକକୁ ସାଇଡ୍ ମାରୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଆମ୍ବୁଲାନ୍ସଟି କୋଲକାତାରୁ କଟକ ଯାଉଥିବା ବେଳେ ଓଲଟିପଡିଛି । ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଫେରାର୍ ହୋଇଯାଇଛି । ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ୩ଜଣ ରୋଗୀ ଗୁରୁତର ହୋଇପଡିଛନ୍ତି । ଏହାପରେ ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।