ଭୁବନେଶ୍ୱର;ଗୌହାଟୀ ବୈଠକ ଫଳପ୍ରଦ ହୋଇଛି । ବର୍ତ୍ତମାନ ଆମେ ଗୌହାଟୀ ରଣନୀତିକୁ ଗ୍ରାଉଣ୍ଡ ପର୍ଯ୍ୟନ୍ତ ନେଇକି ଯିବୁ, ରାଜ୍ୟରେ କିପରି ଆମେ ନିର୍ବାଚନ ଲଢ଼ିବୁ ସେ ନେଇ ବିସ୍ତୃତ ରଣନୀତି ପ୍ରସ୍ତୁତ ହୋଇଛି । ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ନିଷ୍ଠାର ସହ କାମ କରିବାକୁ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି, ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ବି ହୋଇଛି । ସବୁ ନିର୍ବାଚନ ଯେମିତି କର ବା ମର ଓଡିଶାରେ ଆଗାମୀ ନିର୍ବାଚନ କର ବା ମର ହେବ ବୋଲି କହିଛନ୍ତି । ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ନେଇ ବୈଠକରେ ହୋଇଛି ବିସ୍ତୁତ ଆଲୋଚନା । ସାଙ୍ଗଠନିକ ସ୍ଥିତି ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।
ରାଜ୍ୟ ବିଜେପିର ୨୪ ଲାଗି ମୁଦ୍ଦା
ଦୁର୍ନୀତି,ବେରୋଜଗାରୀ, ଦାଦନ, ବିକାଶ ବାଟବଣା ହୋଇଛି, ପର୍ୟ୍ୟଟନର ବିକାଶ ନାହିଁ, ଜଳ ସଚେନର ବିକାଶ ନାହିଁ ଏବଂ ଚାଷୀଙ୍କ ସମସ୍ୟାକୁ ନିର୍ବାଚନ ଲଢ଼ିବ ବିଜେପି । ଆମକୁ ୫ ବର୍ଷ ଦିଅ, ଆମ ସରକାର ଆସିଲେ ୭୫ ବର୍ଷରେ ଯାହା ନ ହୋଇଛି ତା ଠୁ ଅଧିକ କାମ କରିବୁ । ଆଜ ଓଡ଼ିଶା ସରକାର ବିକାଶକୁ ନେଇ ଯେଉଁ ଡିଣ୍ଡିମ ପିଟୁଛନ୍ତି, ଲୋକଙ୍କ ପାଖକୁ ଯାଉଛନ୍ତି, ତାହାର ସେତ୍ୱ ପତ୍ର ଜାରି କରନ୍ତୁ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।