୧୨ ଘଣ୍ଟା ବଜାୟ ରହିବ ସ୍ଥିତି

ଦୁର୍ବଳ ହେଲା ଗଭୀର ଅବପାତ । ଡିପ୍ରେସନ ରୂପ ନେଇ ନୂଆପଡା ନିକଟ ରେ କେନ୍ଦ୍ରୀଭୂତ ।ଦକ୍ଷିଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଅଞ୍ଚଳରେ ସକ୍ରିୟ ଥିବା ଗଭୀର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦୁର୍ବଳ ହୋଇ ଏକ ‘ଅବପାତ’ରେ ପରିଣତ ହୋଇଛି । ଆଜି ଭୋର ସମୟରେ ଅବପାତ ନୂଆପଡା ର ନିକଟବର୍ତ୍ତୀ ଅଂଚଳ ରେ କେନ୍ଦ୍ରୀଭୂତ ହୋଇଛି । ତେବେ ଦେଖିବାକୁ ଗଲେ ଅବପାତ ବର୍ତମାନ ନୂଆପଡା ନିକଟ ରେ କେନ୍ଦ୍ରୀଭୂତ ଥିବା ବେଳେ ଟିଟଲାଗଡଠାରୁ ୯୦ କିମି ଦୂରରେ ରହିଛି । ତେବେ ଏହା ଏବେ ଲଗାତାର ଭାବେ ଉତ୍ତର -ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ବଜାୟ ରହିବ ।ଏହାପରେ ପରବର୍ତୀ ୧୨ ଘଣ୍ଟା ମଧ୍ୟରେ ଏହାର ଶକ୍ତି ଆହୁରି ହ୍ରାସ ପାଇ ଏହା ଏକ ‘ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର’ରେ ପରିଣତ ହେବ ।