ପ୍ରବଳ ବର୍ଷା ରେ ଅଶାନ୍ତ ସମୁଦ୍ର

ପୁରୀ ସମୁଦ୍ର କୂଳରେ ଲାଗିଛି ରେଡ  ଫ୍ଲାଗ୍ । ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି ।ତେବେ ଏଥିପାଇଁ ସମୁଦ୍ର କୂଳରେ ଲାଇଫ ଗାର୍ଡ ମାନେ ଓ ଅଗ୍ନିଶମ ବାହିନୀ ମୁତୟନ ରହିଛନ୍ତି ସଚେତନ କରୁଛନ୍ତି ଏବଂ ଏହା ସହ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ଭିତରକୁ ପର୍ଯ୍ୟଟକ ଙ୍କୁ ନ ଯିବାକୁ ଅନୁରୋଧ କରାଯାଉଛି ।ଯେପର୍ଯ୍ୟନ୍ତ ପାଗରେ ସୁଧାର ନ ଆସିଛି , ସେ ପର୍ଯ୍ୟନ୍ତ ସମୁଦ୍ର ରେ ସ୍ନାନ ନ କରିବାକୁ ଅନୁରୋଧ କରାଯାଉଛି । ପ୍ରବଳ ବର୍ଷା କୁ ନଜର ରେ ରଖି ପୁରୀର ତଳିଆ ଅଂଚଳ ଲୋକ ଙ୍କୁ ଆଲର୍ଟ କରାଯାଇଛି ଏବଂ ଏହା ସହ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକୁ ସଜାଗ ରଖାଯାଇଛି । ଏହା ସହ ଆଶ୍ରୟସ୍ଥଳୀ ଗୁଡିକ ରେ ଖାଦ୍ୟ , ପାନୀୟ ଜଳର ବ୍ୟବସ୍ଥା ସହ ଜଳ ନିଷ୍କାସନ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ପୁରୀ ଜିଲ୍ଲା ର ସମସ୍ତ ଅଙ୍ଗନବାଡି କେନ୍ଦ୍ର କୁ ବନ୍ଦ କରାଯାଇଛି ।ପାଗର ସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଲୋକଙ୍କୁ ସତର୍କ ରହିବା ସହ ସମସ୍ତ ସୁରକ୍ଷା ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି ।