ପ୍ରଥମେ ଶାହାରୁଖ, ଦ୍ୱିତୀୟରେ ବିଗ୍ ବି

ଚକିତ କରାଇଲା ଅମିତାଭଙ୍କ ସମ୍ପତ୍ତି !

ଧନୀ ଅଭିନେତା ତାଲିକାରେ ଦ୍ୱିତୀୟରେ ଅମିତାଭ !

4 ହଜାର କୋଟି ଟଙ୍କାର ମାଲିକ ବଲିଉଡର ଏହି ମେଗଷ୍ଟାର !

ପ୍ରଥମେ ଶାହରୁଖ, ଦ୍ୱିତୀୟରେ ବିଗ୍ ବି

ବିଗ୍ ବି ଙ୍କୁ ନେଇ ସାରା ଭାରତରେ ଚର୍ଚ୍ଚା ବଢିଛି । ଏଥର କୌଣସି ଫିଲ୍ମ କି ରିୟାଲିଟି ସୋ ନୁହେଁ ବରଂ ଲକ୍ଷ ଲକ୍ଷ ପ୍ରଂଶସକଙ୍କ ହୃଦୟରେ ରାଜ୍ କରୁଥିବା ଅମିତାଭ ବଚ୍ଚନଙ୍କ ସମ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା । ଦୀର୍ଘ ଦଶନ୍ଧି ଧରି ନିଜ ଅଭିନୟର ଯାଦୁରେ ଭାରତୀୟ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଗ୍ ବି । ଆଜି ବି ସେ ବଲିଉଡର ମହାନାୟକ ତଥା ଶତାବ୍ଦୀର ସୁପରଷ୍ଟାର ଭାବେ ପରିଚିତ । ବୟସ ବଢିବା ସହିତ ବିଗ୍ ବିଙ୍କ ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ବଢୁଛି । ତେବେ ଅମିତାଙ୍କ ସମ୍ପତ୍ତିକୁ ନେଇ ଚମକାଇଲା ଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ।

ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ 2026 ଅନୁସାରେ ଅମିତାଭ ବଚ୍ଚନ ଭାରତର ଦ୍ୱିତୀୟ ଧନୀ ଅଭିନେତା ଭାବେ ସ୍ଥାନ ପାଇଛନ୍ତି । ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ 2026 ଅନୁସାରେ, ଅମିତାଭ ବଚ୍ଚନଙ୍କ ଆନୁମାନିକ ସମ୍ପତ୍ତି ପ୍ରାୟ ୪,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ଗତବର୍ଷ ଏହି ଆକଳନ ପ୍ରାୟ ୧,୬୩୦ କୋଟି ଟଙ୍କା ଥିଲା । ଏହି ତାଲିକାରେ ଅମିତାଭ ବଚ୍ଚନ ଭାରତର ଦ୍ୱିତୀୟ ଧନୀ ଅଭିନେତା ଭାବେ ସ୍ଥାନ ପାଇଛନ୍ତି । ତାଙ୍କ ଉପରେ ରହିଛନ୍ତି ଶାହରୁଖ ଖାନ୍ । ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ 2026 ଅନୁସାରେ ଶାହରୁଖଙ୍କ ଆନୁମାନିକ ସମ୍ପତ୍ତି ପ୍ରାୟ ୧୦,୦୦୦ କୋଟି ଟଙ୍କା । ରିପୋର୍ଟ ଅନୁସାରେ, ଅମିତାଭଙ୍କ ସମ୍ପତ୍ତିରେ ତାଙ୍କ ଫ୍ୟାମିଲି ଅଫିସ୍ ମାଧ୍ୟମରେ ବିଭିନ୍ନ କମ୍ପାନୀରେ ନିବେଶ ଏବଂ ରିଅଲ୍ ଇଷ୍ଟେଟ୍ ସମ୍ପତ୍ତିର ଭୂମିକା ରହିଛି । ଏହି ସମସ୍ତ ଆସେଟ୍‌କୁ ମିଶାଇ ତାଙ୍କ ମୋଟ ସମ୍ପତ୍ତିର ଆକଳନ କରାଯାଇଛି । ତେବେ କେବଳ ଅମିତାଭ ବଚ୍ଚନ ନୁହଁନ୍ତି ସଲମାନ୍ ଖାନ ଓ ହ୍ରିତିକ ରୋଶନଙ୍କ ସମ୍ପତ୍ତି ତାଲିକା ମଧ୍ୟ ପ୍ରକାଶ ପାଇଛି ।  ତାଲିକାରେ ଶାହରୁଖ ଖାନଙ୍କ ପରେ ଅମିତାଭ ବଚ୍ଚନଙ୍କ ସ୍ଥାନ ରହିଥିବା ବେଳେ ସଲମାନ ଖାନ୍ ପ୍ରାୟ ୩,୦୦୦ କୋଟି ଏବଂ ହ୍ରିତିକ ରୋଶନ ପ୍ରାୟ ୨,୫୦୦ କୋଟି ଟଙ୍କାର ଆନୁମାନିକ ସମ୍ପତ୍ତି ସହ ତାଲିକାରେ ରହିଛନ୍ତି ।