ବଲିଉଡ ଅଭିନେତା ମୁସ୍ତାକ ଖାନ୍‌ଙ୍କ ପରଲୋକ

ଜୀବନ ବାଜି ରେ ହାରିଗଲେ ମୁସ୍ତାକ ଖାନ ।ବଲିଉଡ ର ଭେଟେରାନ ଅଭିନେତା ମୁସ୍ତାକ ଖାନ ଙ୍କ ହୋଇଛି ପରଲୋକ ।ତେବେ ସେ ଦୀର୍ଘ ଦିନ ହେବ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଲଢେଇ କରୁଥିବା ଜଣାପଡିଛି ।ତେବେ ସେ କ୍ୟାନସର ସହ ଲଢେଇ କରି ଗୁରୁବାର ମୁମ୍ବାଇ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ତାଙ୍କୁ ମୁମ୍ବାଇ ର ନାନାବତୀ ହସ୍ପିଟାଲ ରେ ଚିକିତ୍ସା କରାଯାଉଥିଲା । ସେ ହିନ୍ଦୀ ସିନେମା ରେ ଦୀର୍ଘ କ୍ୟାରିଅର ମଧ୍ୟରେ ମୁସ୍ତାକ ଖାନ ଅନେକ ସହାୟକ ଓ ହାସ୍ୟ ଚରିତ୍ର ରେ ନିଜର ସ୍ୱତନ୍ତ୍ର ଚାପ ଛାଡିଛନ୍ତି ।ତେବେ ଛୋଟ ଭୁମିକା ରେମଧ୍ୟ ନିଜର ଅଭିନୟ ଓ କମିକ ଟାଇମିଂ ଯୋଗୁଁ ସେ ଦର୍ଶକ ଙ୍କ ମନକୁ ଛୁଇଁ ଯାଉଥିଲେ ।ଆଶିକି, ହମ୍ ହୈଁ ରାହି ପ୍ୟାର କେ, ହେରା ଫେରି, ଯୋଡ଼ି ନଂ-୧, ଗଦର: ଏକ ପ୍ରେମ କଥା, ମୁଝସେ ଶାଦି କରୋଗି, ୱେଲକମ୍, ୱାଣ୍ଟେଡ୍, OMG–Oh My God!, ଗଦର-୨ ଏବଂ ସ୍ତ୍ରୀ-୨ ଭଳି ଅନେକ ଲୋକପ୍ରିୟ ଫିଲ୍ମରେ ସେ ଅଭିନୟ କରିଥିଲେ ।ଏହା ସହ ସେ  ଟେଲିଭିଜନ ଜଗତରେ ମଧ୍ୟ ଏକ ପରିଚିତ ଚେହେରା ଥିଲେ ।ତେବେ ୨୦୦୭ ର ସୁପରହିଟ କମେଡି ଫିଲ୍ମ ୱେଲକମ ରେ ଅଭିନୟ ଦର୍ଶକ ଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିଲା । ନାନା ପାଟେକରଙ୍କ ‘ଉଦୟ ଭାଇ’ ଚରିତ୍ର ସହ ତାଙ୍କର ମଜାଦାର ଦୃଶ୍ୟ ଆଜି ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚିତ ।  ନାନା ପାଟେକରଙ୍କ ‘ଉଦୟ ଭାଇ’ ଚରିତ୍ର ସହ ତାଙ୍କର ମଜାଦାର ଦୃଶ୍ୟ ଆଜି ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚିତ । ଗଦର: ଏକ ପ୍ରେମ କଥାରେ ମୁସ୍ତାକ ‘ଗୁଲ୍ ଖାନ୍’ ଚରିତ୍ରରେ ନଜର ଆସିଥିଲେ । ପରେ ଗଦର-୨ରେ ମଧ୍ୟ ସେ ଅଭିନୟ କରିଥିଲେ । ତେବେ ଦର୍ଶକ ଙ୍କ ମନୋରଞ୍ଜନ କରିଥିବା ମୁସ୍ତାକ ଖାନ ବିୟୋଗ ହିନ୍ଦୀ ସିନେମା ଜଗତ ପାଇଁ ଏକ ଦୁଃଖଦ ଖବର ।ତେବେ ଆଜି ତାଙ୍କର ମୁମ୍ବାଇ ରେ ଶେଷ କୃତ୍ୟ ହବାର ସୂଚନା ରହିଛି ।