ରାୟଗଡା / ରବିନ୍ଦ୍ର କୁମାର ସାହୁ : ଢାକୁରଗୁଡା ଅଞ୍ଚଳରୁ ଗଞ୍ଜେଇ ଜବତ କଲା ପୋଲିସ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅଧୀନସ୍ଥ ଗଜପତି ସୀମାନ୍ତ ଢାକୁରଗୁଡ଼ା ଅଞ୍ଚଳରୁ ୮୦ କେଜି ଗଞ୍ଜେଇ ଜବତ କଲା ପଦ୍ମପୁର ପୋଲିସ । ସୂଚନା ମୁତାବକ ପଦ୍ମପୁର ଥାନା ଏସ୍ ଆଇ ପ୍ରଜ୍ଞାଶ୍ରୀ ନାୟକ ଷ୍ଟାଫ ଙ୍କ ସହ ଢାକୁରଗୁଡ଼ା ଗ୍ରାମ ନିକଟରେ ପେଟ୍ରୋଲିଙ୍ଗ କରିବା ସମୟରେ ଗୋଟେ ଗ୍ଲାମର ମଟର ସାଇକଲ୍ ଗାଡି ନମ୍ବର: ଓଡ଼ି୦୭ ଜେ ୪୩୮୭ କୁ ଅଟକ ରଖି ଯାଞ୍ଚ କରିବା ସମୟରେ ଜଣେ ଦୁର୍ବୁତ୍ତ ଙ୍କ ଠାରୁ ତିନୋଟି ବ୍ୟଗ ରେ ପ୍ରାୟ ୮୦ କେଜି ଗଞ୍ଜେଇ ସହ ଗୋଟିଏ ମୋବାଇଲ ଫୋନ ଜବତକରିଛନ୍ତି । ପାରମ୍ଭିକ ତଦନ୍ତ ରେ ଅଭିଯୁକ୍ତ ଗଜପତି ଜିଲ୍ଲା ଅଡବା ଅଞ୍ଚଳର ବୋଲି ଜଣାପଡିଛି । ଅଧିକ ତଦନ୍ତ ତେବେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।