ନିଳାଦ୍ରୀ ବିଜେ ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନହେବା ଘଟଣା; ବସିଲା ନୀତି ସବକମିଟି ବୈଠକ

ପୁରୀ(ସଞ୍ଜୟ ମହାପାତ୍ର):-ନିଳାଦ୍ରୀ ବିଜେ ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନହେବା ଘଟଣା। ଆଜି ଶ୍ରୀମନ୍ଦିର କାର୍ଯ୍ଯାଳୟରେ ବସିଲା ନିତି ସବକମିଟି ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ। ବାରମ୍ବାର ତାଗିଦ ସତ୍ତ୍ୱେ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ବୁଧବାର ବନକଲାଗି କରିବାକୁ ଯୋଗ ଦେଇନଥିଲେ। ଫଳରେ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର ହୋଇପାରିନଥିଲା। ପ୍ରତି ଗୁରୁବାର ବନକଲାଗି କରିବା ପାଇଁ ଦାବି କରି ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶକୁ ପ୍ରତ୍ୟାକ୍ଷାନ କରିଥିଲେ। ଯାହାକୁ ନେଇ ପ୍ରଥମେ କାରଣ ଦର୍ଶାଅ ନୋଟିସ କରାଯାଇଥିଲା। ମାତ୍ର ସେମାନଙ୍କ ଉତ୍ତର ସନ୍ତୋଷଜନକ ନହେବାରୁ ଏ ବିବାଦ କିଭଳି ସମାଧାନ ହେବ ସେନେଇ ଆଲୋଚନା ହେବ। ଯଦି ସମାଧାନର ବାଟ ନଫିଟେ ତେବେ ଏହାର ବିକଳ୍ପ ସମ୍ପର୍କରେ ଆଲୋଚନା କରାଯିବ। ଆବଶ୍ୟକ ପଡିଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇ ନିସ୍ପତ୍ତି ନିଆଯିବ। ବୈଠକରେ ମୁଖ୍ୟ ପ୍ରଶାସକଙ୍କ ବ୍ୟତିତ ନିତି ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ,ବାଡଗ୍ରାହୀ ପ୍ରମୁଖ ଉପସ୍ଥିତ ଅଛନ୍ତି।