ଆସନ୍ତା ଜାନୁଆରିରେ କଳିଙ୍ଗ ଷ୍ଟୁଡିଓର ନିର୍ମାଣ କାମ ଶେଷ ହୋଇ କାର୍ଯ୍ୟକ୍ଷମ ହେବ

ଭୁବନେଶ୍ୱର:- ଆସନ୍ତା ଜାନୁଆରିରେ କଳିଙ୍ଗ ଷ୍ଟୁଡିଓର ନିର୍ମାଣ କାମ ଶେଷ ହୋଇ କାର୍ଯ୍ୟକ୍ଷମ ହେବାର ଆଶଙ୍କା ଦେଖାଯାଉଛି। ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନିର୍ମାଣ କାମ ଠିକ୍‌ ଠାକ୍‌ ଚାଲିଲେ ସମୟରେ ଏହାର ନିର୍ମାଣ କାମ ଶେଷ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଏହା ଦ୍ୱାରା ଓଡ଼ିଆ ସିନେ ନିର୍ମାତାଙ୍କୁ ଏକ ଭଲ ଅବସର ମିଳିବ ବୋଲି ଆଶା କରାଯାଉଛି। ଆଜି ୭ ଜଣିଆ ବିଧାୟକ ଦଳ କମିଟି କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିବା ବେଳେ ଭିତ୍ତିଭୂମିର ଯାଞ୍ଚ ସାଙ୍ଗକୁ ବିଭିନ୍ନ ଆଲୋଚନା କରିଥିଲେ।