ନାଲକୋ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘ କାର୍ଯାଳୟ ପରିସରରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ନାଲକୋ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସଂଘ କାର୍ଯାଳୟ ପରିସରରେ ଉତ୍ସାହ ଓ ଉଦ୍ଦିପନାରେ ବିଶ୍ୱ ଆଦିବାସୀ ଦିବସ  ସଂଘର ଭାରପ୍ରାପ୍ତ ସଭାପତି ଶ୍ରୀ ଅକ୍ଷୟ କୁମାର ବଦ୍ରାଙ୍କ ସଭାପତିତ୍ୱ ରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରମେନ୍ଦ୍ର କୁମାର ପ୍ରଧାନ (ମହାପ୍ରବନ୍ଧକ ) ଯାନ୍ତ୍ରିକ, ସି ପି ପି ଆଦିବାସୀ ସଂସ୍କୃତି ଓ ପରମ୍ପରା, ଜଳ ଜଙ୍ଗଲ ଅଧିକାର ଉପରେ ବକ୍ତବ୍ୟ ପ୍ରଦାନ କରି ଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ରତିକାନ୍ତ ପାତ୍ର ଇଲେକ୍ଟ୍ରିକାଲ ଶିକ୍ଷା, ସଂସ୍କୃତି କାର୍ଯ୍ୟ ଧାରା ଓ ଜୀବନ ଶୈଳୀକୁ ଗୁରୁତ୍ୱ ଦବା ପାଇଁ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଆଶେ କିସ୍କୁ  ଆଦିବାସୀ ସଂସ୍କୃତି, ପରମ୍ପରା ଓ ସ୍ୱାସ୍ଥ୍ୟ ଉପରେ ମତବ୍ୟକ୍ତ କରିଥିଲେ। ଲକ୍ଷ୍ମୀ ମାରିଆ ଆଦିବାସୀ ଦିବସରେ ମା’ ମାନଙ୍କ ସ୍ବଦେଶୀ ପାରମ୍ପରିକ ଧାଇ ମାଙ୍କ ସମ୍ମାନ, ଜୀବନ ଓ କଲ୍ୟାଣ ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପୁରୁଷୋତ୍ତମ ମାଝୀ  ଆଦିବାସୀ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର କରିବା ଉପରେ ମତବ୍ୟକ୍ତ କରି ଥିବା ବେଳେ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ମଲ୍ଲିକ ଆଦିବାସୀ ଦିବସରେ ଆମେ ଏକ ହୋଇ ଶିକ୍ଷାକୁ ଗୁରୁତ୍ୱ ଦେଇ ସଚେତନତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ଦେଶାଉଳି ମହିଳା ସଦଶ୍ୟା ମାନଙ୍କ ଦ୍ୱାରା ପାରମ୍ପରିକ ଆଦିବାସୀ ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ପାଛୋଟି ନେଇଥିଲେ । ଅତିଥିମାନଙ୍କ ଦ୍ୱାରା ଡ.ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ଓ ସଂଗ୍ରାମୀ ଆଦିବାସୀ ମହାପୁରୁଷମାନଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରା ଯାଇଥିଲା । ସଂଘର ସହ ସମ୍ପାଦକ ଶ୍ରୀ ବାସିଲ ଏକ୍କା ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ । ସଂଘର ସାଧାରଣ ସମ୍ପାଦକ ଶ୍ରୀ କୃଷ୍ଣ ସିଂ ଙ୍କ ସଂଘର ବିବରଣୀ ଓ ଆଦିବାସୀ ଦିବସର ମହତ୍ତ୍ବ ବର୍ଣ୍ଣନା କରିଥିଲେ ।