କର୍ଣ୍ଣାଟକ : ରେଡ୍ ରେ ନେତାଙ୍କ ଘରୁ ମିଳିଲା ୬ ହଜାର ଶାଢୀ,୯ ହଜାର ବ୍ୟାଗ୍ । କଥାଟି ସମସ୍ତଙ୍କୁ ଆ ଶ୍ଚ ର୍ଯ୍ୟ କରିବ ନିଶ୍ଚୟ । ସମସ୍ତେ ଭାବୁଥିବେ କି ରେଡ୍ ରେ ଟଙ୍କା ଓ ସମ୍ପତ୍ତିର ତାଲିକା ବଦଳରେ ଶାଢୀ ଓ ବ୍ୟାଗ୍ ମିଳିଲା କେମିତି । ସୂଚନାନୁସାରେ, କର୍ଣ୍ଣାଟକର ବିଜେପି ନେତା ତଥା ବର୍ତ୍ତମାନର ଏମଏଲସି ଥିବା ଆର ଶଙ୍କରଙ୍କ ଘରେ କମର୍ସିଆଲ ରେଡ୍ ସମୟରେ ୬ ହଜାର ଶାଢୀ ଏବଂ ୯ ହଜାର ସ୍କୁଲ ଓ କଲେଜ ବ୍ୟାଗ୍ ଉଦ୍ଧାର କରାଯାଇଛି । ଏ ସମସ୍ତ ସାମଗ୍ରୀ କ୍ରୟ ଉପରେ ଜିଏସଟିର ବିଲ ମଧ୍ୟ ମାଗିଛନ୍ତି ଅଧିକାରୀ । ଆର ଶଙ୍କର ଏ ବାବଦରେ ବିଲ ପ୍ରଦାନ ପାଇଁ ତିନି ଦିନର ସମୟ ମଧ୍ୟ ମାଗିଛନ୍ତି ।
ତେବେ ବିପୁଳ ପରିମାଣର ଶାଢୀ ଓ ବ୍ୟାଗ କାହିଁକି ନେତା ଜଣକ ଘରେ ରଖିଥିଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ମିଳିଥିବା ସୂଚନାନୁସାରେ ଆର ଶଙ୍କର ଏହି ସବୁ ସାମଗ୍ରୀ ନିବ ର୍ାଚନ ସମୟରେ ମତଦାତାଙ୍କୁ ବାଣ୍ଟିବା ପାଇଁ ରଖିଥିଲେ । ତେବେ ଅଭିଯୋଗ ପରେ କମର୍ସିଆଲ ଟାକ୍ସ ଅଧିକାରୀ ମଙ୍ଗଳବାର ବିଳମ୍ବିତ ରାତିରେ ଆର ଶଙ୍କରଙ୍କ ହୈବେରୀ ଜିଲ୍ଲାର ରାଣେବେତ୍ରୁର ଘରେ ଚଢାଉ କରିଥିଲେ । ଏମଏଲସିଙ୍କ ଘରେ ପାଖାପାଖି ୭ ଘଣ୍ଟା ରେଡ ଜାରି ରହିଥିଲା । ଚଢାଉ ସମୟରେ ତାଙ୍କ ଘରୁ ୬ ହଜାର ଶାଢୀ, ୯ ହଜାର କଲେଜ ଏବଂ ସ୍କୁଲ ବ୍ୟାଗ, ଘରେ ବ୍ୟବହାର ହେଉଥିବା ପ୍ଲେଟ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨୦ରୁ ୩୦ ଲକ୍ଷ ଟଙ୍କା ହେବ ।