ପ୍ରଦୂଷଣରେ ଜର୍ଜରିତ ତାଳଚେର ବାସୀ

(ମନିଲ କୁମାର ମହାରଣା ): ପ୍ରଦୂଷଣରେ ଘାଣ୍ଟି ହେଉଛନ୍ତି ତାଳଚେର ବାସୀ । ଏନ.ଟି.ପି.ସି କଣିହାଁର ପାଉଁଶ ପାଣି ଦ୍ୱାରା ନଦୀଜଳ ପ୍ରଦୂଷିତ ହେଉଛି । ଏହି ଜଳକୁ ପାନକରି ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତାଳଚେର ଉପଖଣ୍ଡର କଣିହାଁ ସ୍ଥିତ ଏନଟିପିସି ବିଦ୍ୟୁତ ପ୍ରକଳ୍ପ ନିଜସ୍ୱ ଆସପଣ୍ଡରୁ ନିୟମିତ ଭାବେ ପାଉଁଶ ପାଣି ଛାଡୁଥିବାରୁ ସ୍ଥାନୀୟ ୪ ଟି ପଞ୍ଚାୟତର ୨୫ ରୁ ଉର୍ଧ୍ଵ ଗ୍ରାମର ବାସିନ୍ଦା ହନ୍ତସନ୍ତ ହେଉଛନ୍ତି । ପୂର୍ଵରୁ ଏନ.ଟି.ପିସି ଚେମିନିରେ ଛାଡିଥିବା ପାଉଁସ ଯୋଗୁଁ ଏହି ଅଂଚଳ ପ୍ରଦୂଷିତ ହୋଇଥିବା ବେଳେ ପୁଣିଥରେ ପାଉଁଶ ପୋଖରୀରୁ ଦୂଷିତ ପାଣି ବ୍ରାହ୍ମଣୀ ନଦୀର ଶାଖା ନଦୀ ଟିକିରା ନଦୀରେ ମିଶୁଛି । ଏହି ନଦୀର ପାଣିକୁ ଅଞ୍ଚଳବାସୀ ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏନଟିପିସି କଣିହାଁର ଏପରି ଜନବିରୋଧୀ କାମକୁ ବିଭିନ୍ନ ବୁଦ୍ଧୀଜିବି ମାନେ ନିନ୍ଦା କରିଛନ୍ତି । ତେବେ ଏ ସମ୍ପର୍କରେ ଗ୍ରାମବାସୀ ଏନଟିପିସି କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନକୁ ବହୁବାର ଲିଖିତ ଅଭିଯୋଗ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।