ହକି ବିଶ୍ୱକପ୍ କୁ ଦୃଷ୍ଟିରେ ରଖି ଆୟୋଜିତ ହେଲା ପ୍ରଦର୍ଶନୀ ହକି ମ୍ୟାଚ୍

(ଆଦର୍ଶ ରାଉତ): ଆଜି ଓଡ଼ିଶା ଏକାଦଶ ଓ ନିୟୂ ସାଉ୍ଥ୍ ୱେଲସ୍ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ୍ କଳିଙ୍ଗ ଷ୍ଟାଡ଼ିୟମ୍ରେ ଅନୁଷ୍ଟିତ ହୋଇଯାଇଛି ।

ଏ ପର୍ଯ୍ୟନ୍ତ ଦିତୀୟ କ୍ୱାଟର ଶେଷ ହୋଇଛି । ୨ – ୧ ରେ ଓଡିଶା ଆଗରେ ରହିଛି । ହକି ର ପ୍ରସାର ଓ ପ୍ରଚାର ତା ସହ ଓଡିଶା ବାସୀ ଙ୍କ ପାଖରେ ପହଂଚିବା ପାଇଁ ରାଜ୍ୟ ସରକାର ଙ୍କ ଏହା ଏକ ଅଭିନବ ଉପାୟ । ତା ସହ ନଭେମ୍ବର ୪ ରେ ରାଉରକେଲା ର ବିଜୁପଟ୍ଟନାୟକ ଷ୍ଟାଡିୟମ ରେ ଆଉ ଏକ ମ୍ୟାଚ ଆୟୋଜନ କରାଯିବ । ଏହାକୁ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଉଦଘାଟନ କରିବା ର ଯୋଜନ ରହିଛି ।