ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ

(ଓମ୍ ପ୍ରକାଶ ମିଶ୍ର୍ର):ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ଯୋଜନା ଗୁଡିକର ମନ୍ଥର କାର୍ୟ୍ୟକାରିତା ଓ ଅବହେଳ କୁ ନେଇ ଜିଲ୍ଲା ପରିଷଦରେ ଉଦ୍ ବେଗ ପ୍ରକାଶ ପାଇଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଏଥି ପ୍ରତି ଧ୍ୟାନ ଦେବାକୁ ବୈଠକରେ କୁହାଯାଇଛି।ବିଶେଷ କରି ୨୦୧୮-୧୯ ଆର୍ଥିକ ବର୍ଷରେ ଜିଲ୍ଲାରେ ହେବାକୁଥିବା ମନରେଖା କାର୍ୟ୍ୟର ଖର୍ଚ୍ଚ ପ୍ରକଳ୍ପ ଗୁଡ଼ିକର ସ୍ଥିତି ଓ ଗତିକୁ ନେଇ ଆଲୋଚନା କରାଯାଇଥିଲା।ପ୍ରଶାସନିକ ସୂଚନା ଅନୁସାରେ ମନରେଖା ଯୋଜନାରେ ମୋଟ ୨୦୩୫ .୯୧ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୭. ୪୨ ଲକ୍ଷ ଶ୍ରମ ଦିବସ ସୄଷ୍ଟି କରାଯାଇଛି।ଫଳରେ ଜିଲ୍ଲାରେ କାର୍ୟ୍ୟକାରି ହେବାକୁଥିବା ଆହୁରି ସାଢେ଼ ୧୪ ହଜାର ମନରେଖା ପ୍ରକଳ୍ପ ଅସଂପୁଣ୍ଣ ରହିଛି। ଠିକ ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୭ ହଜାର ୩୧୬ ଘର ମଧ୍ୟରୁ ୬୧୭୮ ସଂପୂଣ୍ଣ ହୋଇଛି।ଏହି ଯୋଜନା ରେ ବାସ୍ତବ ହିତାଧିକାରୀ ଚୟନରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ।କାର୍ୟ୍ୟ ଦେଶ ସହ ହିତାଧିକାରୀଙ୍କୁ ପାଉଣା ଦେବାରେ ଅହେତୁକ ବିଳମ୍ବ ଯୋଜନା କୁ ଅବାଟକୁ ନେଇଯାଉଛି ବୋଲି ସଭ୍ୟମାନେ ଅଭିଯୋଗ କରିଥିଲେ।ଏହାସହ ଜିଲ୍ଲା ର ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମୀଣ, ପାନୀୟଜଳ,କୄଷକ, ଜଳସେଚନ, ଦାୟିତ୍ୱ ଦୁରିକରଣ ଯୋଜନା ଗୁଡ଼ିକ ର କାର୍ୟ୍ୟ କାରିତା ଉପରେ ସମିକ୍ଷା କରାଯାଇଥିଲା।ବୈଠକରେ ଜିଲ୍ଲା ପରିଷଦ ସମସ୍ତ ସଭ୍ୟ ସଭ୍ୟା ଙ୍କ ସହ ଜିଲ୍ଲାପାଳ ମଧୁସୂଦନ ମିଶ୍ର ,ପ୍ରକଳ୍ପ ନିର୍ଦ୍ଦେଶକସୁଯ୍ୟ ନାରାୟଣ ଦାସ, ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଅଂଶଗ୍ରହଣ କରି ନିଜ ନିଜ ବିଭାଗର ଉନ୍ନୟନ ଉପରେ ଆଲୋଚନା କରିଥିଲେ।