ସୁବର୍ଣ୍ଣପୁରରେ ଜାତୀୟ ଚକ୍ଷୁ ଦିବସ ପାଳନ

( ଓମ୍ ପ୍ରକାଶ ମିଶ୍ର) : ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜାତୀୟ ଚକ୍ଷୁ ଦିବସ ପାଳନ କରାଯାଇଛି। ଏହି ଦିବସରେ ଏ.ଏନ୍.ଏମ୍ ଛାତ୍ରୀ ମାନଙ୍କୁ ଧରି ଏକରାଲି ମଧ୍ୟ ଆୟୋଜନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ବିଜୟଲକ୍ଷ୍ମୀ ଗୁରୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ପରେ ସୋନପୁର ସହର ପରିକ୍ରମା କରାଯାଇଥିଲା। ଏଥିରେ ଡ଼ାକ୍ତର ପ୍ରଦୀପ କୁମାର ଗୁରୁ, ମୈ।ସମି ମିଶ୍ର ଏବଂ ଚକ୍ଷୁ ବିଷେସଙ୍ଗ, ଡ଼ାକ୍ତର ସଞୀବ କୁମାର କର ପ୍ରମୁଖ ଯୋଗଦାନ କରିଥିଲେ।