( ଓମ୍ ପ୍ରକାଶ ମିଶ୍ର) : ଆଜି ସୁବର୍ଣ୍ଣପୁର ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଭୋଟର ତାଲିକା ସଂଶୋଧନ ସମ୍ପର୍କୀତ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଏଥିରେ ଅଧ୍ୟକ୍ଷତା କରି ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ସୂଚୀ ଅନୁସାରେ ୨୦୧୯ ସୁଦ୍ଧା ସମସ୍ତ ୧୮ ବର୍ଷରୁ ଉଦ୍ଧ୍ୱ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ , ସଂଶୋଧନ , ସ୍ଥାନାନ୍ତରଣ ପାଇଁ ସୁଯୋଗ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଥିଲେ । ଜିଲ୍ଲାର ସୋନପୁର ଓ ବୀରମହରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେପ୍ଟେମ୍ବର ୧ ରୁ ଅକ୍ଟୋବର ୩୧ ସୁଦ୍ଧା ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ଚାଲୁ ରହିବ ବୋଲି ସେ ସୂଚନା ଦେଇଛନ୍ତି ।