( ଓମ୍ ପ୍ରକାଶ ମିଶ୍ର) : ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ଙ୍କ ଶିଶୁ ମାନଙ୍କୁ ସରକାରୀ ବିଦ୍ୟାଳୟ ରେ ପଢାଇବା ଦାବୀ ରେ ଆଜି ଏକ ସାମ୍ବାଦିକ ସମ୍ମିଳନି ପ୍ରଭାସ ଲଜ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା ଅଧିକାର ଆନ୍ଦୋଳନ ମହାସଂଘର ରାଜ୍ୟ ସଂଯୋଜକ ସୁରଥ ବେହେରା ଯୋଗ ଦେଇଥିଲେ । ଏହି ଦାବୀ ପାଇଁ ଏକ ସଚେତନତା ପଦଯାତ୍ରା ଅକ୍ଟୋବର ୨ ତାରିଖ ଦିନ ନୁଆପଡା ଜିଲ୍ଲା ସିନାପାଲିରୁ ବାହାରି ରାଜ୍ୟ ପରିକ୍ରମା କରିବ ବୋଲି ସେ ଏହି ସାମ୍ବଦିକ ସମ୍ମିଳନି ରେ ସୂଚନା ଦେଇଛନ୍ତି ।