ବସ୍ ଓ ଟ୍ରକ୍ ଧକ୍କା , ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ

( ଓମ୍ ପ୍ରକାଶ ମିଶ୍ର)  : ସୁବର୍ଣ୍ଣପୁର ଜିଲ୍ଲା ହରଡଖୋଲ ଫାଣ୍ଡି ଅଧିନସ୍ଥ ବୁରୋମୁଣ୍ଡା ଛକଠାରେ ଘଟିଛି ଦୁର୍ଘଟଣା । ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା । ଆଜି ପ୍ରାୟ ଭୋର ୪ଟା ସମୟରେ ଭୁବନେଶ୍ୱରରୁ ଭାବନିପାଟଣାକୁ ଯାଉଥିବା ବେଳେ ବୁରୋମୁଣ୍ଡା ଛକଠାରେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ବସ୍ କୁ ଧକ୍କା ଦେବା ଫଳରେ ଡ୍ରାଇଭର ଜଣକ ସାମାନ୍ୟ ଆହତ ହୋଇଥିଲେ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ୨୦ ଯାତ୍ରୀ । ପରେ ବସ ଡ୍ରାଇଭର ହରଡଖୋଲ ଫାଣ୍ଡିରେ ଏତଲା ଦେଇଥିଲେ । ହରଡଖୋଲ ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି ।