ଚିଲିକା ଉପରେ ହେଲିକପ୍ଟର ଉଡାଣରେ କୌଣସୀ ପ୍ରକାର ଆଇନ ଉଲଙ୍ଘନ ହୋଇ ନାହିଁ : ଡିଜିସିଏ

(ରିପୋଟର୍ସ ଟୁଡେ):  ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଲା ବୈଜୟନ୍ତଙ୍କ ହେଲିକପ୍ଟର । ହ୍ୟାଙ୍ଗର ଉପରେ ସରକାରଙ୍କ ତରଫରୁ ଲଗାଯାଇଥିବା ସମସ୍ତ ଅଭିଯୋଗ ମିଛ ସାବ୍ୟସ୍ତ ହେଲା । ଚିଲିକା ଉପରେ ବେଆଇନ ଉଡାଣକୁ ଖଣ୍ଡନ କରିଛନ୍ତି ଡିଜିସିଏ । କୌଣସି ଗାଇଡଲାଇନ ଉଲଙ୍ଘନ ହୋଇ ନଥିବା ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି ।

ଚିଲିକାରେ ଉଡାଣ ନେଇ ପୂର୍ବତନ ସାଂସଦଙ୍କ ହେଲିକପ୍ଟର ସିଜ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ଉଡାଣରେ କୌଣସୀ ପ୍ରକାର ଆଇନ ଉଲଙ୍ଘନ ହୋଇ ନଥିବା କହି ସିଭିଲ ଆଭିଏସନ ମହାନିର୍ଦ୍ଦେଶକ ବା ଡିଜିସିଏ ଆଜି କ୍ଲିନଚିଟ୍ ପ୍ରଦାନ କରିଛନ୍ତି । ଡିଜିସିଏ ଏହି ବାବଦରେ ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚିଠିରେ ତଦନ୍ତ ଏବଂ କ୍ଲିନଚିଟ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି । ଆହୁରି ଉଲ୍ଲେଖ ଅଛି ଯେ ହେଲିକପ୍ଟର କୌଣସୀ ସ୍ଥାନରେ ନ ଓହ୍ଲାଇ ଏକାଦିକ୍ରମେ ଉଡିଥିଲା । ଭୁବନେଶ୍ୱରରୁ ବାହାରି ପୁରୀ ଏବଂ କୋଣାର୍କ ଦେଇ ଗରଦପୁରରେ ଓହ୍ଲାଇଥିଲା । ଏପରି କି ଉଡାଣ ସମ୍ପର୍କିତ ଟାଇମିଂରେ କୌଣସୀ ପ୍ରକାର ତ୍ରୁଟି ନଥିବା ଜଣାପଡିଛି ।