ଆଜିବି ଜୀବନ୍ତ ଯୁବରାଜ ଙ୍କ ବିଶ୍ୱରେକର୍ଡ

ଆଜି ବି ଅକ୍ଷୁର୍ଣ୍ଣ ରହିଛି ସିକ୍ସର କିଙ୍ଗ୍‌ଙ୍କ ବିଶ୍ୱ ରେକର୍ଡ

ୟୁଭିଙ୍କ ବ୍ୟାଟିଂ ଦେଖି ଲାଇଭ୍ ମ୍ୟାଚ୍‌ରେ କାନ୍ଦି ପକାଇଥିଲା ଇଂଲଣ୍ଡ

ମାତ୍ର ୧୨ଟି ବଲ୍‌ରେ ୫୦ ରନ୍ କରି ଇତିହାସ ରଚିଥିଲେ ଯୁବରାଜ

ଆଜି  ହେଉଛି ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବ ଏବଂ ଗୌରବର ଦିନ। ଭାରତୀୟ କ୍ରିକେଟର ‘ସିକ୍ସର କିଙ୍ଗ୍’ କୁହାଯାଉଥିବା ଯୁବରାଜ ସିଂହଙ୍କ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ଭୟଙ୍କର ଏବଂ ଐତିହାସିକ ରେକର୍ଡକୁ ଆଜି ୧୯ ବର୍ଷ ପୂରିଛି । ଆଜିର ଦିନରେ ହିଁ ଯୁବରାଜ ଡରବାନ ପଡ଼ିଆରେ ଏମିତି ଏକ କାରନାମା କରିଥିଲେ, ଯାହା ସମସ୍ତଙ୍କୁ ଚକିତ କରିଥିଲା ।

ତେବେ  ସେହି ମ୍ୟାଚ୍‌ର ୧୮ତମ ଓଭର ଶେଷ ହେବା ପରେ ଇଂଲଣ୍ଡର ଆଣ୍ଡ୍ରୁ ଫ୍ଲିଣ୍ଟଫ୍ ଯୁବରାଜଙ୍କ ସହ ଯୁକ୍ତିତର୍କ କରିଥିଲେ, ଯାହା ଯୁବରାଜଙ୍କୁ ଅତ୍ୟନ୍ତ କ୍ରୋଧିତ କରିଦେଇଥିଲା। ଏହାର ଠିକ୍ ପର ଓଭର ଅର୍ଥାତ୍ ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଯୁବ ବୋଲର ଷ୍ଟୁଆର୍ଟ ବ୍ରଡ୍। ଯୁବରାଜ ନିଜର ସମସ୍ତ କ୍ରୋଧ ଏବଂ ଶକ୍ତି ବ୍ରଡ୍‌ଙ୍କ ଓଭରରେ ଢାଳି ଦେଇଥିଲେ। ଏହାପରେ ଗର୍ଜିଥିଲା ଯୁବରାଜଙ୍କ ବ୍ୟାଟ୍ । ଆଉ ତାପରେ ଯାହା ଘଟିଲା ତାହା ଇଂଲଣ୍ଡ ସ୍ୱପ୍ନରେ ବି ଭାବିନଥିଲା।  ଗୋଟିଏ ଓଭରରେ ୬ଟି ଛକା ମାରିବା ସହ ଯୁବରାଜ ମାତ୍ର ୧୨ଟି ବଲ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଥିଲେ, ଯାହା ଆଜି ୧୯ ବର୍ଷ ପରେ ମଧ୍ୟ ଏକ ପ୍ରମୁଖ ବିଶ୍ୱ ରେକର୍ଡ ହୋଇ ରହିଛି। ଯୁବରାଜଙ୍କ ଏହି ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ସେହି ମ୍ୟାଚ୍ ଜିତିବା ସହ, ପ୍ରଥମ ଟି-୨୦ ବିଶ୍ୱକପ୍ ଟ୍ରଫି ହାସଲ କରିଥିଲା। ଷ୍ଟୁଆର୍ଟ ବ୍ରଡ୍ ପରବର୍ତ୍ତୀ ସମୟରେ ଟେଷ୍ଟ କ୍ରିକେଟର ଜଣେ ମହାନ ବୋଲର ଭାବେ ସଫଳତା ହାସଲ କରିଥିଲେ। ହେଲେ  ଯୁବରାଜଙ୍କ ସେହି ପ୍ରହାର ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଶିକ୍ଷା ଥିଲା ବୋଲି ସେ ନିଜେ ସ୍ୱୀକାର କରିଛନ୍ତି ।

୨୦୦୭ ମସିହା ସେପ୍ଟେମ୍ବର ୧୯ ତାରିଖରେ ଦକ୍ଷିଣ ଆଫ୍ରିକାର ଡରବାନଠାରେ ଖେଳାଯାଇଥିବା ପ୍ରଥମ ଆଇସିସି ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଗୋଟିଏ  ଓଭରର ସମସ୍ତ ୬ଟି ବଲ୍‌କୁ ବାଉଣ୍ଡ୍ରି ବାହାରକୁ ପଠାଇ ଯୁବରାଜ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ। ଏହି ବିଶେଷ ସ୍ମୃତିକୁ ମନେ ପକାଇ ସାରା ଦେଶରେ କ୍ରିକେଟ ପ୍ରେମୀମାନେ ଆଜି ଏହି ମହାନ ଇତିହାସକୁ ସେଲିବ୍ରେଟ୍ କରୁଥିବା ଦେଖିବାକୁ ମିଳୁଛି  ।