( କାହ୍ନୁଚରଣ ସାହୁ): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଏକ ଘରେ ପୋଲିସର ଚଢାଉ କରି ସେକ୍ସରାକେଟ ଠାବ କରିଛି । ଚଢଉ ବେଳେ ୨ଜଣ ଯୁବତୀଙ୍କ ସହ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ତାରିଣୀ ମନ୍ଦିର ପଡାଶର୍ମା କଲୋନୀର ଏକ ଭଡାଘରେ ସେକ୍ସ ରାକେଟ ଚାଲିଥିବା ନେଇ ଟାଉନ ପୋଲିସ ଖବର ପାଇଥିଲା । ତେବେ ସୂଚନା ପାଇ ଗତକାଲି ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିଲା।
ପୋଲିସ ସୂତ୍ରରୁ ପ୍ରକାଶ ଯେ ଦୁଇଜଣ ଯୁବତୀ ଭୁବନେଶ୍ୱର ଅଞ୍ଚଳରେ ହୋଇଥିବା ବେଳେ ଯୁବକ ଜଣକ ବଲାଙ୍ଗୀର ବୋଙ୍ଗୋମୁଣ୍ଡାର ବୋଲି ଟାଉନ ଥାନା ଆଇଆଇସି ପ୍ରକାଶ କରିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ଡାକ୍ତରୀ ମାଇନା କରି କୋର୍ଟଚାଲାଣ କରାଯାଇଛି ।