ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ ପାଇଁ ଛୁଟି ଘୋଷଣା କରିଛି। ଜିଲ୍ଲା କଲେକ୍ଟର ଏହି ନିଷ୍ପତ୍ତି ଘୋଷଣା କରି ସମଗ୍ର ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧାକୁ ପ୍ରାଥମିକତା ଦେଇଛନ୍ତି। ଜିଲ୍ଲାର ସମସ୍ତ ସରକାରୀ, ସରକାରୀ-ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ଶ୍ରେଣୀ ବନ୍ଦ କରାଯାଇଥିଲା। ଯେଉଁ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯାଏ, ସେଠାରେ ଖାଦ୍ୟ ପ୍ରଦାନ ପରେ ତୁରନ୍ତ ଶୈକ୍ଷିକ କାର୍ଯ୍ୟକଳାପ ବନ୍ଦ ରହିବ।
ଭଦ୍ରକ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଯେଉଁଥିପାଇଁ ବୈତରଣୀ ଏବଂ ସାଳନ୍ଦୀ ନଦୀରେ ବନ୍ୟା ସ୍ଥିତି ଉପୁଜିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଭଦ୍ରକରେ ସବୁ ସ୍କୁଲ ବନ୍ଦ ରହିବ। ଗୋଟାଏ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି।ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ 271 ଟି ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। 5 ବ୍ଲକରେ 271 ଟି ସ୍କୁଲ ଛୁଟି ଘୋଷଣା ହୋଇଛି। ଭଣ୍ଡାରିପୋଖରୀ ବ୍ଲକ, ଧାମନଗର, ତିହିଡି଼, ଚାନ୍ଦବାଲି ଓ ବାସୁଦେବପୁର। ଭଣ୍ଡାରିପୋଖରୀ ବ୍ଲକରେ 16 ଟି, ତିହିଡି଼ 37 ଟି, ବାସୁଦେବପୁର 7 ଟି, ଚାନ୍ଦବାଲି ରେ 31 ଟି ଓ ଧାମନଗର 180 ସ୍କୁଲ ଛୁଟି ରହିବ। ମୋଟ 271 ସ୍କୁଲ କୁ ଛୁଟି ଘୋଷଣା କରାଯାଇଛି।”