ଜନତାଙ୍କ ଦୁଃଖ ଶୁଣିଲେ ସରକାର : ସମାଧାନ ହେବ କି ନାହିଁ କହିବ ସମୟ

ବ୍ରହ୍ମଗିରି ବ୍ଲକ୍ ରେ ହେଲା ଯୁଗ୍ମ ଜନ ଶୁଣାଣି । 113 ଟି ଅଭିଯୋଗ ଉପରେ ଶୁଣାଣି ହୋଇଥିଲା । ଜିଲ୍ଲାପାଳ, ଏସ.ପି ,ବିଡ଼ିଓ ଙ୍କ ସମେତ ଜିଲ୍ଲା ଓ ବ୍ଲକର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନ ସମସ୍ୟା ଗୁଡ଼ିକ ଉପରେ ମଧ୍ୟ ଅଭିଯୋଗ ଆସୁଥିଲା । ଉକ୍ତ ଅଭିଯୋଗ ଉପରେ ସମାଧାନର ବାଟ କଢ଼ା ଯାଇଥିଲା ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଥିଲା ବୁଲା ଗୋରୁ ଗାଈମାନଙ୍କ ଦ୍ଵାରା  ସଡକପଥରେ ହେଉଥିବା ଦୁର୍ଘଟଣା। ଏହି ଘଟଣା ଉପରେ ମଧ୍ୟ ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଥିଲେ। ଖୁବ୍ କମ୍ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏତିକିରେ ଅଭିଯୋଗ ସରିନଥିଲା। ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ ଥିଲା, ଶାରୀରିକ ବିକଳାଙ୍ଗ ପ୍ରମାଣପତ୍ରରେ ଘୋଟଲା । ଯେଉଁମାନେ ଯୋଗ୍ୟ ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ମିଳୁନି ପ୍ରମାଣ ପତ୍ର । ଟଙ୍କା ଦେଇ ଅଯୋଗ୍ୟ ତଥା ସମ୍ପୁର୍ଣ୍ଣ ଶାରୀରିକ ସକ୍ଷମ ଆପଣେଇଛନ୍ତି 80%ରୁ ଉର୍ଦ୍ଧ ଶାରୀରିକ ବିକଳାଙ୍ଗ ପ୍ରମାଣପତ୍ର ଏବଂ ହାତେଇଛନ୍ତି ସରକାରୀ ସୁବିଧା। ଦେଖାଯାଉ ଅଭିଯୋଗ ଅଭିଯୋଗ ରେ ରହୁଛି ନା ଏହାର ସମାଧାନର ବାଟ ବାହାରୁଛି।