ସଡକ ଦୁର୍ଘଟଣା, ଡ୍ରାଇଭର ଫେରାର

(ଓମ୍ ପ୍ରକାଶ ମିଶ୍ର): ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ନଳିନୀ ଛକଠାରେ ଥିବା ପଣ୍ଡା ମେଡିସିନ ଦୋକାନ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଏକ ଇଣ୍ଡିଗୋ ଓଡି କାରଟି ଗୋରୁ ବଞ୍ଚାଇବାକୁ ଯାଇ ଦୋକାନ ଭିତରକୁ ମାଡିଯାଇଥିଲା । ଫଳରେ ଗୋରୁଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରୁ ଅଳ୍ପକେ ଡ୍ରାଇଭର ବର୍ତ୍ତି ଯାଇ ଘଟଣାସ୍ଥଳରୁ ଫେରାର ହୋଇଥିଲା । ଖବର ପାଇ ଟାଉନ ଥାନା ଆଇଆଇସି ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।