ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଅବସର ଏକ ସମ୍ବେଦନଶୀଳ ଶବ୍ଦ ଯାହା ବୃତ୍ତିଗତ ଜୀବନରେ ସମାପ୍ତି ସହ ନୂତନ ଜୀବନାରମ୍ଭ ପାଇଁ ପଥ ଦେଖାଏ। ଏହି କ୍ରମରେ ଧାମନଗର ବ୍ଲକ ଅନ୍ତର୍ଗତ ତାମ୍ପଳା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରବୀଣା ପରମାଣିକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଶିକ୍ଷୟତ୍ରୀ ସୁପ୍ରଭା ସାହୁ ସଞ୍ଚାଳନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କସ୍ତୁରୀ ବିଶ୍ୱାଳ ଯୋଗ ଦେଇଥିବା ବେଳେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ସତ୍ୟ ସୁନ୍ଦର ପରିଡ଼ା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ସେକ୍ ନିଜାମ୍ମୁଦ୍ଦିନ୍, ସ୍ଥାନୀୟ ସମିତି ସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼, ସମାଜସେବୀ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ବିଭିନ୍ନ ସଙ୍ଗଠନ, ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସହ ବିଦ୍ୟାଳୟ ପକ୍ଷରୁ ଶ୍ରୀମତୀ ପ୍ରବୀଣାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବହୁ ଶୁଭେଚ୍ଛୁ ବକ୍ତବ୍ୟ ମାଧ୍ୟମରେ ତାଙ୍କ ସୁଗୁଣଗାନ କରିଥିଲେ। ସ୍ଥାନୀୟ ଅଞ୍ଚଳର ଅଭିଭାବକ, ବିଦ୍ୟାଳୟର ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ, ପରିଚାଳନା ପରିଷଦର ସଦସ୍ୟ/ସଦସ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ମଳୟ ମୁଦୁଲି ସଭିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।