ବିଶ୍ଵରେ ପ୍ରସିଦ୍ଧି ଲାଭ କରିଛି ପୁରୀ ଖଜା । ପୁରୀକୁ ଆସୁଥିବା ଅଧିକାଂଶ ଶ୍ରଦ୍ଧାଳୁ ଘରକୁ ଖଜା କିଣି ନିଅନ୍ତି । ଏବର୍ଷ ରଥଯାତ୍ରାରେ ଅନେକ ଶ୍ରଦ୍ଧାଳୁ ଶ୍ରୀମନ୍ଦିର କିମ୍ବା ଆଡ଼ପ ମଣ୍ଡପ ଦର୍ଶନ ବେଳେ ବଡ ଦାଣ୍ଡରୁ ଖଜା କୁ ଶୁଖିଲି ମହାପ୍ରସାଦ ଭାବେ କିଣିଥିଲେ । ବହୁସଂଖ୍ୟକ ଶ୍ରଦ୍ଧାଳୁ ବଡ଼ଦାଣ୍ଡଠାରୁ ପୁରୀର ପ୍ରତି ସାହି, ଗଳି ଓ ଭୁବନେଶ୍ଵର ଯିବା ରାସ୍ତା ପାର୍ଶ୍ଵରେ ଖୋଲିଥିବା ଦୋକାନରୁ ଖଜା କିଣିଥିଲେ । ପୂର୍ବ ବର୍ଷ ତୁଳନାରେ ପୁରୀ ସହରରେ ୩ ଗୁଣା ଖଜା ଦୋକାନ ବଡ ଦାଣ୍ଡରେ ପସରା ମେଲେଇଛି ।ରଥଯାତ୍ରା ସମୟରେ ଖଜା ତିଆରି ବିକ୍ରି କରୁଥିବା ଲୋକମାନେ ୧୦ ଦିନ ଭିତରେ ପ୍ରାୟ ୧୦୦ କୋଟି ଟଙ୍କାର ଖଜା ବିକ୍ରି କରିଥିବା ସୂଚନା ମିଳିଥିଲା । ଏହାରି ମଧ୍ୟରେ କିଛି ଅସାଧୁ ବ୍ୟକ୍ତି ବଡ଼ଦାଣ୍ଡ ପାର୍ଶ୍ୱରେ କାଳିଆ ଭୋଗ କହି ଖଜା ବିକ୍ରି କରୁଥିଲେ । ବାହାରୁ ଆସିଥିବା ଶ୍ରଦ୍ଧାଳୁ ମଧ୍ୟ ବିଶ୍ଵାସରେ କିଣି ନେଉଥିଲେ ହେଲେ ଏହାରି ମଧ୍ୟରେ କିଛି ଅସାଧୁ ଗୋଦାମ ମାଲିକ ମାନେ ଅପ ମିଶ୍ରିତ ଖଜା ପ୍ରସ୍ତୁତ କରୁଥିବା ଅନେକ ସମୟରେ ଖବର ମିଳିଥିବା ବେଳେ ଆଜି ସକାଳେ ଶ୍ରୀମନ୍ଦିର ନିକଟ କିଛି ଖଜା ଗୋଦାମ ରେ ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ପୁରୀ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଏଥିରେ ଅନେକ ଅପ ବ୍ୟବହାର୍ଯ୍ୟ ଦ୍ରବ୍ୟ ମିଶି ଖଜା ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଥିଲା ଫଳରେ ସେଗୁଡିକ ନଷ୍ଟ କରାଯାଇଥିବା କହିଛନ୍ତି ସିଟି ଡ଼ିଏସପି ରଶ୍ମି ରଞ୍ଜନ ମହାପାତ୍ର।ଭକ୍ତଙ୍କ ଭାବନା ସହ ଖେଳୁଛନ୍ତି ବ୍ୟବସାୟୀ। ଜଣେ ଭକ୍ତ କେତେ ଭକ୍ତି ଭାବର ସହ ପୁରୀ ଭୋଗ କହି ଖଜା ପରସି ଦିଅ ନିଜ ପ୍ରିୟ ପରିଜନଙ୍କୁ ହେଲେ ଏହି ଭକ୍ତି ଭାବନା ସହ କୁଠାର ଘାତ କରିଛନ୍ତି ଆସାଧୁ ବ୍ୟବସାୟୀ।ମହାପ୍ରଭୁ ଙ୍କ ନାଁ କହି ଯେଉଁ ବ୍ୟବସାୟୀ ମାନେ ଖଜା ବିକୁଛନ୍ତି ସେମାନଙ୍କୁ ଭଗବାନ ସାହା ହୁଅନ୍ତୁ ବୋଲି କହିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ।ଶ୍ରୀମନ୍ଦିରରେ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ସମର୍ପିତ ହେଉଥିବା ଖଜା ମହାପ୍ରସାଦର ବାସ୍ନା, ସ୍ବାଦ ସମ୍ପୂର୍ଣ୍ଣ ନିଆରା ।ତେଣୁ ଆସାଧୁ ବ୍ୟବସାୟୀ ଏଥିରୁ ଦୁରେଇ ରୁହନ୍ତୁ ବୋଲି ସାଧାରଣରେ ଦାବି ହେଉଛି।